ନବରଙ୍ଗପୁର : ବାପାଙ୍କ ଆକଶ୍ମିକ ମୃତ୍ୟୁ ପରେ ଶ୍ମଶାନରେ ନିଆଁଦେଲା ଝିଅ

ନବରଙ୍ଗପୁର (କେନ୍ୟୁଜ୍) : ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ। ନବରଙ୍ଗପୁରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଲୋକନାଥ ପାଳଙ୍କ ଗତକାଲି ଆକସ୍ମିକ ଦେହାନ୍ତ ହୋଇଥିଲା। ଲୋକନାଥଙ୍କ ମୃତ୍ୟୁକୁ ନେଇ ସାରା ପରିବାର ଦୁଃଖରେ ଭାଙ୍ଗିପଡିଥିଲେ। ଅନ୍ତିମ ସଂସ୍କାର ପାଇଁ ପରିବାରଲୋକ ପ୍ରସ୍ତୁତ ହେଉଥିବାବେଳେ ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ତାଙ୍କର ଏକମାତ୍ର ଝିଅ ଶତାଦ୍ଦୀ ପାଳ ଆଗେଇ ଆସିଥିଲେ। ତାଙ୍କର ପୁଅ ନଥିବାରୁ ଝିଅ ଶତାବ୍ଦୀ ଶ୍ମଶାନକୁ ଯାଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।

 

Leave A Reply

Your email address will not be published.