Below header

ଦ୍ୱିତୀୟ ଟେଷ୍ଟରେ ବଡ଼ ବିଜୟ, ୨-୦ରେ ସିରିଜ୍‌ ଜିତିଲା ଭାରତ

ବେଙ୍ଗାଲୁରୁ : ଟିମ୍‌ ଇଣ୍ଡିଆର ପୁଣି ଏକ ବୃହତ୍‌ ବିଜୟ । ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଚାଲିଥିବା ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୨୩୮ ରନ୍‌ରେ ପରାସ୍ତ କରିଛି । ଏହା ସହିତ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି । ପ୍ରଥମ ମ୍ୟାଚ୍‌ରେ ଘରୋଇ ଭାରତୀୟ ଦଳ ଇନିଂସ୍‌ ବିଜୟ ହାସଲ କରିଥିଲା ।

ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରୀଲଙ୍କା ଦଳ ଭାରତର ସମକକ୍ଷ ହେଲା ନାହିଁ । ଯଦିଓ ଏହାର ଓପ୍ନର ଦିମୁଥ କରୁଣାରତ୍ନେ ଲଢୁଆ ଶତକ ହାସଲ କରିଥିଲେ ଏବଂ ଦୀର୍ଘ ସମୟ ଧରି କ୍ରିଜ୍‌ରେ ରହିଥିଲେ ତଥାପି ତାହା ଯଥେଷ୍ଟ ହେଲା ନାହିଁ । ଭାରତ ଠାରୁ ୪୪୬ ରନ୍‌ ପଛରେ ରହି ଗତକାଲି ଶ୍ରୀଲଙ୍କା ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଥିଲା । ଆଜି କରୁଣାରତ୍ନେଙ୍କ ଶତକ ଏବଂ କୁଶଲ ମେଣ୍ଡିସ୍‌ଙ୍କ ଅର୍ଦ୍ଧଶତକ ବଳରେ ୨୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା । କରୁଣାରତ୍ନେ ୧୦୭ ଓ ମେଣ୍ଡିସ୍‌ ୫୪ ରନ୍‌ କରିଥିଲେ । ଆଉ କୌଣସି ଖେଳାଳି ତିଷ୍ଠି ପାରି ନଥିଲେ ।
ଭାରତ ପକ୍ଷରୁ ବୁମରା ୩ଟି, ଅଶ୍ୱିନ୍‌ ୪ଟି ଏବଂ ଅକ୍ଷର ପଟେଲ ୨ ଓ ଜାଡେଜା ଗୋଟିଏ ଓ୍ଵିକେଟ୍‌ ଦଖଲ କରିଥିଲେ ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.