Below header

ବିଜୟରୁ ବିଶ୍ୱ କପ୍‌ ଅଭିଯାନ ଆରମ୍ଭ କଲା ଭାରତ, ୨-୦ ରେ ହରାଇଲା ସ୍ପେନକୁ

ଭୁବନେଶ୍ୱର : ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ଭାରତ ବିଶ୍ୱ କପ ହକିରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ସ୍ପେନ ସହ ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୨-୦ ଗୋଲରେ ପରାଜୟ କରିଛି । ଭାରତ ପକ୍ଷରୁ ଅମିତ ରୋହିତ ଦାସ ଖେଳର ୧୩ ମିନିଟରେ ପ୍ରଥମ ଗୋଲ ଦେଇ ଭାରତକୁ ବିଜୟ ଆଡକୁ ନେଇଯାଇଥିଲେ । ପରେ ପରେ ଖେଳର ୨୭ ମିନିଟରେ ହାର୍ଦ୍ଦିକ ସିଂହ ଦ୍ୱିତୀୟ ଗୋଲ ଦେଇ ଭାରତକୁ ନିଶ୍ଚିତ ବିଜୟ ଆଡକୁ ନେଇ ଯାଇଥିଲେ ।

ଖେଳର ଶେଷ ପର୍ଯ୍ୟାୟରେ ସ୍ପେନ ଖେଳର ଉତ୍କର୍ଷତା ଦେଖାଇ ଭାରତ ଉପରେ ଚାପ ପକାଇଥିଲେ । ଶେଷ ୬ ମିନିଟ ସ୍ପେନ ବହୁତ ଭଲ ପ୍ରଦର୍ଶନ କରି ପେନାଲଟି ସୁଯୋଗ ପାଇଥିଲେ ମଧ୍ୟ ଗୋଲ କରିପାରି ନଥିଲେ । ଯାହା ଫଳରେ ଭାରତ ବିଶ୍ୱ କପ ହକିରେ ସ୍ପେନକୁ ୨-୦ ରେ ହରାଇ ଇତିହାସ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.