ତିନି ସପ୍ତାହ ହେଲାଣି ରବି ନାରାୟଣଙ୍କ ପତ୍ତା ନାହିଁ, ପରିବାର ଲୋକେ ଆଶଙ୍କାରେ

ଭୁବନେଶ୍ୱର(କେନ୍ୟୁଜ୍): ଏହା ଭିତରେ ୨୧ ଦିନ ବିତି ଗଲାଣି । ହେଲେ ଏହି ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଏଯାଏ ପତ୍ତା ମିଳୁନି । ରବି ନାରାୟଣ ବାରିକ ଗତ ଡିସେମ୍ବର ୨୨ତାରିଖରୁ କୁଆଡ଼େ ନିଖୋଜ ହୋଇ ଯାଇଛନ୍ତି । ଖୋର୍ଦ୍ଧା ଜଟଣୀ ବାଇପାସ୍ ଛକରୁ କେଉଁ ଆଡେ ଚାଲି ଯାଇଥିବା ତାଙ୍କ ପରିବାର ଲୋକ କହୁଛନ୍ତି ।

ଏ ନେଇ ସେମାନେ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ସେମାନେ ରବି ନାରାୟଣଙ୍କୁ ଖୋଜିବାକୁ ତତ୍ପରତା ଦେଖାଇ ନାହାନ୍ତି । ତାଙ୍କ ଘର ଲୋକେ ବିଭିନ୍ନ ଆଶଙ୍କା ଭିତରେ ଥାଇ ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି । ପୋଲିସ୍‌ ଏ ଦିଗର ଠୋସ୍‌ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.