ପ୍ରେମିକା ସହ ଭିଡିଓ କଲ କରି ଯୁବକ କଲେ ଆତ୍ମହତ୍ୟା, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

କୋଲକାତା : ପ୍ରେମିକା ଦ୍ୱାରା ଧୋକ୍କା ପାଇବା ପରେ ଜଣେ ଯୁବକ ଭିଡିଓ କଲ ମାଧ୍ୟମରେ ନିଜର ପ୍ରେମିକା ଆଗରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏହି ଅଘଟଣ ଘଟିଛି ପଶ୍ଚିମବଙ୍ଗ ନଦିଆ ଜିଲ୍ଳାରେ । ଯୁବକଙ୍କ ନାମ ହେଉଛି ସୁଜାଲ ଶାହା । ଘର ଲୋକ ପାଖ ପଡିଶା ଘରକୁ ଯାଇଥିବା ବେଳେ ସୁଜାଲ ଶାନ୍ତିନଗର ଠାରେ ଥିବା ନିଜର ପୈତୃକ ଘରେ ଫାଶି ଦେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ପ୍ରକାଶ କରିଛି ।

ସବୁଠାରୁ ଦୁଃଖର ବିଷୟ ଯେ ନିଜ ମୃତ୍ୟୁର ସିଧା ପ୍ରସାରଣ ଭିଡିଓ କଲ ମାଧ୍ୟମରେ ନିଜ ପ୍ରେମିକାକୁ ଦେଖାଇଛନ୍ତି । ଯୁବକ ଜଣକ ଭିଡିଓ କଲ ମାଧ୍ୟମରେ ନିଜ ପ୍ରେମିକ ସହ କଥା ହେଉଥିବା ବେଳେ ଭିଡିଓ କଲ ଅନ ରଖି ଘର ସିଲିଂ ଫ୍ୟାନରେ ଝୁଲି ପଡିଥିଲେ । ଅଧିକ ତଦନ୍ତ ପାଇଁ ଲୋକାଲ ପୋଲିସ ତାଙ୍କ ମୋବାଇଲକୁ ଜବତ କରିଛି ।

ଯୁବକଙ୍କର ଉକ୍ତ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କ ରହିଥିଲା ଓ ଉଭୟେ ନିକଟରେ ବିବାହ କରିଥାନ୍ତେ ବୋଲି ସୁଜାଲଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି । ଗାର୍ଲଫ୍ରେଣ୍ଡ ଅନ୍ୟ ଜଣେ ଯୁବକଙ୍କ ସହ ଯାଉଥିବାର ସୁଜାଲ ଦେଖିବା ପରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ତାଙ୍କ ଗାର୍ଲଫ୍ରେଣ୍ଡ ଉକ୍ତ ଯୁବକଙ୍କ ଫଟୋ ନିଜ ଫେସବୁକ ଷ୍ଟାଟସରେ ମଧ୍ୟ ରଖିଥିବା ସୁଜାଲ ଦେଖିଥିଲେ ।

ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ଧୋକ୍କା ଦେଇଥିବା ନେଇ ସୁଜାଲ ଭାଙ୍ଗିପଡିଥିଲେ । ଯାହାର ଫଳ ସ୍ୱରୁପ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ଉକ୍ତ ଗାର୍ଲଫ୍ରେଣ୍ଡ ଙ୍କ ନାମରେ ସୁଜାଲ ପରିବାର ପକ୍ଷରୁ ଶାନ୍ତିପୁର ଥାନାରେ ଏକ ମାମଲା ଦାଖଲ ହୋଇଛି । ପୋଲିସ, ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.