Below header

ବିଶାଖାପାଟଣା ଟେଷ୍ଟ : ଶୁବମନଙ୍କ ଶତକ, ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଲା ଭାରତ

ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟରେ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଛି ଭାରତ । ଦ୍ୱିତୀୟ ପାଳିନରେ ୨୫୫ ରନ୍‌ କରି ଅଲଆଉଟ ହୋଇଛି ଭାରତ । ଇଂଲଣ୍ଡ ପକ୍ଷରୁ ଟମ ହାର୍ଟଲୀ ସବାଧିକ ୪ଟି ଓ୍ଵିକେଟ ନେଇଛନ୍ତି ।

ଭାରତ-ଇଂଲଣ୍ଡ ମଧ୍ୟରେ ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟରେ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଛି ଭାରତ । ଦ୍ୱିତୀୟ ପାଳିନରେ ୨୫୫ ରନ୍‌ କରି ଅଲଆଉଟ ହୋଇଛି ଭାରତ । ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ଦ୍ୱିଶତକ ମାରିଥିବା ବେଳେ ଦ୍ୱିତୀୟ ପାଳିରେ ଶୁବମନ ଗିଲ୍‌ ଶତକ ମାରିଛନ୍ତି । ଗିଲ ୧୦୪ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୫୦ ଅଙ୍କ ଛୁଇଁନାହାନ୍ତି । ଇଂଲଣ୍ଡ ପକ୍ଷରୁ ଟମ ହାର୍ଟଲୀ ସବାଧିକ ୪ଟି ଓ୍ଵିକେଟ ନେଇଛନ୍ତି ।

ପ୍ରଥମ ଇନିଂସରେ ଇଂଲଣ୍ଡ ୨୫୩ ରନରେ ଅଲଆଉଟ ହୋଇଥିଲା । ବୁମରାଙ୍କ ବୋଲିଂରେ ମାତ୍ର ୨୫୩ ରନ୍‌ କରିପାରିଥିଲା ଇଂଲଣ୍ଡ ଦଳ । ପ୍ରଥମ ଇନିଂସରେ ଭାରତ ୩୯୬ ରନ୍‌ କରିଥିବାରୁ ୧୪୩ ରନରେ ଆଗୁଆ ଥିଲା ଭାରତ । ଏହାପରେ ଭାରତ ଦ୍ୱିତୀୟ ପାଳି ଆରମ୍ଭ କରିଲା । ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ ସତ କିନ୍ତୁ କମାଲ କରିପାରିନଥିଲେ । ରୋହିତ ଶର୍ମା ୧୩, ଜୟସ୍ୱାଲ ୧୭ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ ।

ଦୁଇ ଓପନର ଆଉଟ ହେବା ପରେ ଶୁବମନ ଗିଲ୍‌ ଏବଂ ଶ୍ରେୟସ ଆୟର ମଇଦାନକୁ ଓହ୍ଲାଇଥିଲେ । ହେଲେ ଶୁବମନଙ୍କ ସାଥ୍‌ ଦେଇନଥିଲେ ଆୟର । ଶ୍ରେୟସ ୨୯ ରନ୍‌ କରି ଆଉଟ ହୋଇଥିଲେ । ଶୁବମନ ୧୩୧ ବଲ୍ ଖେଳି ଶତକ ମାରିଛନ୍ତି । ଏଥିରେ ୧୧ ଚୌକା ଓ ୨ ଛକା ରହିଛି । ୧୦୪ ରନ୍ କରି ଆଉଟ୍ ହୋଇଛନ୍ତି ଗିଲ୍ । ଗତ କିଛି ମ୍ୟାଚରେ ବାରମ୍ବାର ବିଫଳତା ପରେ ତାଙ୍କ ଫର୍ମକୁ ନେଇ ପ୍ରଶ୍ନବାଚୀ ଉଠିଥିଲା । ଏହି ଶତକ ସହ ସେ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ।

ଶୁବମନଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ଭଲ ଖେଳିନାହାନ୍ତି । ତେବେ ଅକ୍ଷର ପଟେଲ ୪୫ ରନ୍‌ କରିଥିବା ବେଳେ ଟେଷ୍ଟ ଡେବ୍ୟୁ କରିଥିବା ରଜତ ପାଟିଦାର ମାତ୍ର ୯ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ଶ୍ରୀକର ଭରତ ୬ରନ୍‌, ଅଶ୍ୱିନ ୨୯ ରନ୍‌ କରିଥିବା ବେଳେ କୁଲଦୀପ ଏବଂ ବୁମରା ୦ରେ ଆଉଟ୍‌ ହୋଇଛନ୍ତି । ଭାରତ ୧୦ ଓ୍ଵିକେଟ ହରାଇ ୨୫୫ ରନ୍‌ କରିବାରେ ସକ୍ଷମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.