ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେନ୍ଯୁଜ୍: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ଦକ୍ଷିଣ ଆଫ୍ରିକାର ଅଭେଦ୍ୟ ଗଡ଼ ଜିତିବା ପରେ ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ତିନି ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗରେ ଅଛି ଭାରତ ।
ଦ୍ୱିତୀୟ ଟେଷ୍ଟକୁ ଜିତିଲେ ଭାରତର ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ସିରିଜ୍ ବିଜୟ ହେବ । କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ପଡିଆକୁ ଓହ୍ଲାଇବ । ପ୍ଲେଇଂ ଇଲେଭେନ୍ରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ପ୍ଲେଇଂ ଇଲେଭେନ୍ରେ ସାମିଲ କରାଯାଇପାରେ ।
ଅନ୍ୟପଟେ ଫର୍ମରେ ନଥିବା ଚେତେଶ୍ୱର ପୂଜାରାଙ୍କ ସ୍ଥାନ ନେଇପାରନ୍ତି ଶ୍ରେୟସ ଆୟର । ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ୟତମ ଇନିଂସରେ ଶୂନ୍ ଓ ଦ୍ୱିତୀୟ ଇନିଂସରେ ୧୬ ରନ୍ କରିଥିଲେ । ଆର୍ ଅଶ୍ୱିନୀଙ୍କ ପାଇଁ ରହିଛି ଆଉ ଏକ ରେକର୍ଡର ସୁଯୋଗ । ଆଉ ୬ଟି ୱିକେଟ୍ ନେଲେ କପିଲ୍ ଦେବ୍ଙ୍କ ରେକର୍ଡ ଭାଙ୍ଗି ଟେଷ୍ଟ ମ୍ୟାଚ୍ରେ ଦ୍ୱିତୀୟ ସର୍ବାଧିକ ଖେଳାଳି ଭାବେ ସ୍ଥାନ ନେବେ । ଏବେ ତାଙ୍କ ନାଁରେ ରହିଛି ୪୨୯ ଟେଷ୍ଟ ୱିକେଟ୍ ରେକର୍ଡ ।