ଗେଟ ୨୦୨୨ ପରୀକ୍ଷା ପାଇଁ ଆଜି ଜାରି ହେବ ଆଡମିଟ କାର୍ଡ, ଏହି ସମୟ ମଧ୍ୟରେ କରିପାରିବେ ଡାଉନଲୋଡ, ୫ ଫେବ୍ରୁଆରୀରୁ ପରୀକ୍ଷା

ନୂଆଦିଲ୍ଲୀ : ଗେଟ ୨୦୨୨ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ୨୦୨୨ ଗେଟ ପରୀକ୍ଷା ଦେବା ପାଇଁ ଥିବା ପ୍ରାର୍ଥୀଙ୍କ ପାଇଁ ଆଜି ଆଡମିଟ କାର୍ଡ ଜାରି ହେବ । ଅର୍ଥାତ ୩ ଜାନୁଆରୀରୁ ଆଡମିଟ କାର୍ଡ ଜାରି ହେବ ।

ପରୀକ୍ଷା ଆୟୋଜନ କରୁଥିବା ସଂସ୍ଥାନ ଆଇଆଇଟି ଖଡଗପୁର ଦ୍ୱାରା ଗେଟ ଆଡମିଟ କାର୍ଡ ପରୀକ୍ଷା ପୋର୍ଟାଲ gate.iitkgp.ac.in ଆଜି ଜାରି କରାଯିବ । ଆଇଟିଆଇ ଖଡଗପୁର ଦ୍ୱାରା ଲିଙ୍କକୁ ଆଜି ସଂଧ୍ୟା ସୁଦ୍ଧା ଜାରି କରାଯିବ ।

୫ ଫେବ୍ରୁଆରୀରୁ ହେବ ଗେଟ ୨୦୨୨ ପରୀକ୍ଷା

ଏହା ପୂର୍ବରୁ ଆଇଆଇଟି ଖଡ଼ଗପୁର ଦ୍ୱାରା ଗେଟ ୨୦୨୨ ସିଡ୍ୟୁଲ ୨୦ ସେପ୍ଟେମ୍ବର ୨୦୨୧ ରେ ଜାରି କରାଯାଇଥିଲା । ସଂସ୍ଥାନ ଦ୍ୱାରା ଜାରି କାର୍ଯ୍ୟକ୍ରମ ଅନୁଯାୟୀ ଗେଟ ୨୦୨୨ ପରୀକ୍ଷାର ଆୟୋଜନ ଫେବ୍ରୁଆରୀ ମାସର ୫, ୬, ୧୨ ଓ ୧୩ ତାରିଖରେ କରାଯିବ ।

ପରୀକ୍ଷା ଦେବାକୁ ଆବେଦନ କରିଥିବା ପ୍ରାର୍ଥୀ ପରୀକ୍ଷା ପୋର୍ଟାଲକୁ ଯାଇ ଆଡମିଟ କାର୍ଡ ବା ପ୍ରବେଶ ପତ୍ର ସମ୍ପର୍କୀତ ଲିଙ୍କରୁ ଡାଉନଲୋଡ କରିପାରିବେ । ଏଥିପାଇଁ ଲିଙ୍କରେ ନିଜର ଲଗ ଇନ ବିବରଣୀ ଭରି ଆଡମିଟ କାର୍ଡ ପାଇ ପାରିବେ । ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ନିଜର କୌଣସି ଏକ ଡକ୍ୟୁମେଣ୍ଟ ସାଙ୍ଗରେ ନେଇ ଯିବାକୁ ଏଥିରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.