ଦେଶରେ ୨୪ ଘଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୨୩ ମୃତ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ ୩୦ହଜାର ଟପିଲା କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍‌ ୧ଲକ୍ଷ ୪୫ହଜାର ୫୮୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୧ ହଜାର ୮୯୩ରେ ପହଞ୍ଚିଛି।

କରୋନାରୁ ସୁସ୍ଥ ହୋଇଛନ୍ତି ୧୦ହଜାର ୮୪୬। ମୁମ୍ବାଇ, ଦିଲ୍ଲୀ ପରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ କର୍ଣ୍ଣାଟକରେ କରୋନା ସଂକ୍ରମଣ ବଢି ଚାଲିଛି। ମୁମ୍ବାଇରେ ୧୧ହଜାର ୮୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୬ହଜାର ୧୫୩ , ଦିଲ୍ଲୀରେ ୩ହଜାର ୧୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଆଜି ବି ୪୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.