Below header

ରାତି ସାରା ମୃତକ ସହ ଶୋଇ ରହିଥିଲା ଦିବ୍ୟାଙ୍ଗ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ : ଦିଲ୍ଲୀରେ ନୂଆ ବର୍ଷରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଜଣେ ଦିବ୍ୟାଙ୍ଗ ରାତି ସାରା ଏକ ମୃତ ଦେହ ସହ ଶୋଇ ରହିଥିବା ଖବର ଜଣାପଡିଛି । ତଦନ୍ତରୁ ଜଣାପଡ଼ିଛି ଦିବ୍ୟାଙ୍ଗ ସାରା ରାତି ମୃତକଙ୍କ ସହ ଶୋଇ ରହିଥିଲା ଏଇଥିପାଇଁ ଯେ ତାକୁ କେହି ସନ୍ଦେହ କରିବେ ନାହିଁ ।

ପୋଲିସ ସୂଚନାରୁ ଜଣାପଡ଼ିଛି ଯେ ନୂଆବର୍ଷରେ ଦିଲ୍ଲୀ ସୁବାଶ ନଗର ଇଲାକାରେ ଏକ ଶବ ପଡିଥିବା ଖବର ଜଣାପଡ଼ିଥିଲା । ପୋଲିସ ପହଞ୍ଚିବା ପରେ ଦେଖିବାକୁ ପାଇଥିଲାଯେ ଜଣେ ସନ୍ତୋଷ ନାମକ ଜଣେ ଦିବ୍ୟାଙ୍ଗ ଉକ୍ତ ଶବ ପାଖରେ ଶୋଇ ରହିଥିଲେ । ଦିବ୍ୟାଙ୍ଗ ସନ୍ତୋଷ ଉକ୍ତ ଅଞ୍ଚଳରେ ରାସ୍ତାରେ ବସି ଭିକ୍ଷା ବୃତ୍ତି କରିଥାଏ । ମୃତକ ଜଣକ ସୁବାଶ ନଗର ଅଞ୍ଚଳର ଚନ୍ଦନ ଥିଲେ । ନୂଆ ବର୍ଷ ରାତିରେ ସାଙ୍ଗ ମାନଙ୍କ ସହ ପାର୍ଟି କରୁଥିଲାବେଳେ ସିଗାରେଟ ପାଇଁ ତଳକୁ ଆସିଥିଲେ । ଏହି ସମୟରେ କୌଣସି କାରଣରୁ ଦିବ୍ୟାଙ୍ଗ ସନ୍ତୋଷ ସହ ପାଟିତୁଣ୍ଡ ହୋଇଥିଲା ।

ଦୁହେଁ ମଦ ନିଶାରେ ଚୁର ଥିଲେ । ଦିବ୍ୟାଙ୍ଗ ସନ୍ତୋଷ ର ସାଙ୍ଗ ବିନୋଦ ଏହି ସମୟରେ ଏକ ସ୍କୁଟି ଯୋଗେ ସେଠାରେ ପହଞ୍ଚିଥିଲା । ଫଳରେ ଉଭୟଙ୍କ ସହ ଚନ୍ଦନର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିନୋଦ ଓ ସନ୍ତୋଷ ଉଭୟ ଚନ୍ଦନକୁ ଛୁରିରେ ବାରମ୍ବାର ଭୁଷି ହତ୍ୟା କରିଥିଲେ । ପରେ ଘଟଣାସ୍ଥଳରୁ ବିନୋଦ ପଳାଇ ଯାଇଥିବା ବେଳେ ଦିବ୍ୟାଙ୍ଗ ସନ୍ତୋଷ ସେଠାରେ ଶବ ସହ ଶୋଇ ରହିଥିଲା ।

କାରଣ ପୋଲିସକୁ ଯେପରି ଏଥିପାଇଁ ସନ୍ତୋଷ ଉପରେ ସନ୍ଦେହ ନହୁଏ । ହେଲେ ପୋଲିସ ଆଖିରୁ ଖସି ପାରିନଥିଲା ସନ୍ତୋଷ । ପୋଲିସ ଛାନଭିନ କରିବା ପରେ ଜାଣିବାକୁ ପାଇଥିଲା ଯେ ବିନୋଦ ଓ ସନ୍ତୋଷ ମିଶି ଚନ୍ଦନକୁ ହତ୍ୟା କରିଥିଲେ । ଫଳରେ ପୋଲିସ ଉଭୟଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.