୪ ବର୍ଷର କୁନି ଝିଅକୁ ଝୁଣିଗଲେ ବୁଲା କୁକୁର, ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଏହି ଛାତିଥରା ଦୃଶ୍ୟ…

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି। କିଛି ବୁଲା କୁକୁରମାନେ ଏକ ୪ ବର୍ଷର ଝିଅକୁ ଘେରି ଝୁଣିଦେଇଥିଲେ । ଏହି ସମୟରେ ଝିଅଟିର ଚିତ୍କାର ଶୁଣି ଜଣେ ଯୁବକ ଦୌଡ଼ି ଆସି ପଥର ଫିଙ୍ଗି ପିଲାଟିକୁ ଉଦ୍ଧାର କରିଥିଲେ। ଏହି ଛାତିଥରା ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସିସିଟିଭି କ୍ୟାମେରାରେ ସ୍ପଷ୍ଟ ଦେଖାଯାଉଛି କି, ୪ବର୍ଷର ଜଣେ ଝିଅକୁ ପିଛା କରୁଛନ୍ତି ବୁଲା କୁକୁର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି କୁକୁର କୁନି ଝିଅକୁ ଗୋଡାଉଛନ୍ତି । ପିଲାଟି ପ୍ରଥମେ ସେମାନଙ୍କ ଠାରୁ ଦୂରକୁ ଯିବାକୁ ଚେଷ୍ଟା କରୁଛି, କୁନି ଝିଅଟି ଭୟଭିତ ହୋଇ ଏଣେତେଣେ ଦୌଡିବାକୁ ଲାଗୁଛି । କୁଆଡେ ଜିବ ବୋଲି ସେ ଜାଣିପାରୁନି । ଠିକ୍ ଏହି ସମୟରେ କୁକୁର ମାନେ ତା ଉପରକୁ ହମଲା କରୁଛନ୍ତି । ଏହାପରେ ଗୋଟେ କୁକୁର କୁନି ଝିଅର ହାତକୁ କାମୁଡି ଝିଙ୍କି ଦେବା ସହ ତାକୁ ତଳେ ପକାଇଦେଉଛି । ଆଉ ୫ଟି କୁକୁର ମିଶି ହାତ, ଗୋଟ, ମୁଣ୍ଡକୁ ଝୁଣି ପକାଉଛନ୍ତି ।
Horrific! Stray dogs mauled a 4 year old girl in Bhopal a passerby threw stones at the dogs and chased them away. The child has been hospitalized with severe injuries. pic.twitter.com/X4EyruZxra
— Anurag Dwary (@Anurag_Dwary) January 2, 2022
ଏହି ଘଟଣାରେ ପିଲାଟିର ମୁହଁ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଖୁବ୍ ଜୋରରେ କ୍ଷତ ହୋଇଯାଇଛି । କୁନି ଝିଅଟି ଅସହାୟ ଅବସ୍ଥାରେ ତଳେ ପଡିରହିଥିବାର ଛାତି ଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଠିକ୍ ସମୟରେ ଜଣେ ବ୍ୟକ୍ତି କୁକୁରଙ୍କୁ ଇଟା ପଥର ମାରି ଘଉଡେଇଦେବା ପରେ କୁନି ଝିଅଟିର ଜୀବନ ବଞ୍ଚିଯାଇଛି ସତ କିନ୍ତୁ, କୁନି ଝିଅଟି ଦେହରେ ଗଭିର ଆଘାତ ଲାଗିଛି । ମୁଣ୍ଡରୁ ଧାର ଧାର ରକ୍ତ ବହିଯାଉଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ।
ତେବେ ଗତ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବାର କୁହାଯାଉଛି। ସୂଚନାନୁସାରେ, ଝିଅଟିର ପିତା ରାଜେଶ ବନସାଲ ନିର୍ମାଣାଧୀନ ଘରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ଶନିବାର ସନ୍ଧ୍ୟାରେ ସେମାନଙ୍କର ଚାରି ବର୍ଷର ଝିଅ ଗୁଡି ସେଠାରେ ଖେଳୁ ଥିଲା , ଯେତେବେଳେ କୁକୁର ମାନେ ଝିଅଟିକୁ ଗୋଡ଼ାଇବାରେ ଲାଗିଲେ। କୁକୁରମାନଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ଝିଅଟି ଚେଷ୍ଟା କରିବା ପରେ ମଧ୍ୟ କୁକୁର ମାନେ ତାକୁ ଆକ୍ରମଣ କରିଥିଲେ ।
ଏହି ବିଷୟକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗ ଆସନ୍ତା ସାତ ଦିନ ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର ଭୋପାଳ ଏବଂ ଜିଲ୍ଲା ପ୍ରଶାସନ ଭୋପାଳର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରୁ ଜବାବ ମାଗିଛନ୍ତି। କମିଶନଙ୍କ ତରଫରୁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ କମିଶନର ଭୋପାଳଙ୍କୁ ଏହି ପଏଣ୍ଟଗୁଡ଼ିକ ଉପରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି।