Below header

ନର୍ଦ୍ଦମା ପାଣିକୁ ନେଇ ଦୁଇ ପଡୋଶୀଙ୍କ ଭିତରେ ହାତାହାତି, ଜଣଙ୍କ ମୃତ୍ୟୁ

ରାୟଗଡା(କେନ୍ଯୁଜ୍) : ନର୍ଦ୍ଦମା ପାଣି ଅଟକକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ପରେ ହାତାହାତି । ମାମଲା ଏତେ ଉଗ୍ର ରୂପ ନେଲା ଯେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ଅନ୍ତର୍ଗତ କୁମ୍ଭିକୋଟା ହରିଜନ ସାହିରେ ।

ଅଜୟ ଖୋସଲା ଓ ଗୋରେଖା ଖୋରାଙ୍କ ମଧ୍ୟରେ ନର୍ଦ୍ଦର୍ମା ପାଣିକୁ ନେଇ ପୂର୍ବରୁ ଦୁଇ ପରିବାର ମଧ୍ୟରେ ବଚଷା ଆରମ୍ଭ ହୋଇଥିଲା । ଆଜି ସେହି ଘଟଣାକୁ କେନ୍ଦ୍ର କରି ଉଭୟ ଘର ମଧ୍ୟରେ କଳହ ଜୋରଦାର ହୋଇଥିଲା । ପାଟିତୁଣ୍ଡ ଉତ୍ୟକ୍ତ ରୂପ ନେବାରୁ ଉଭୟ ପଡୋଶୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଅଜୟ କୋସଲା ଘଟଣା ସ୍ଥଳରେ ମୂର୍ଚ୍ଚା ହୋଇ ଟଳି ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଚିକିତ୍ସାଳୟରେ ପହଞ୍ଚିଲା ବେଳକୁ ଶ୍ରୀ କୋଶଲାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ ।

ଏ ସଂମ୍ପର୍କରେ ପୋଲିସକୁ ସୂଚନା ଦେଲା ପରେ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମୃତଦେହକୁ ପୋଲିସ ଜବତ କରି ଜିଲ୍ଲା ଚିକିତ୍ସାଳୟରେ ଶବ ବ୍ୟଚ୍ଚେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ଘଟଣାରେ ସଂମ୍ପୃକ୍ତ ୪ଜଣଙ୍କ ବିରୋଧରେ ରାୟଗଡା ଥାନାରେ ଏତଲା ଦାୟର କରିଛନ୍ତି ମୃତକଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.