କନ୍ଧମାଳ ସୁରୁକୁଇ ଘାଟି ଦେଇ ବେଆଇନ୍‌ ଗଞ୍ଜେଇ ଚାଲାଣବେଳେ କାବୁ କଲା ପୋଲିସ୍, ୨ ଗିରଫ

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁରୁକୁଇ ଘାଟି ଦେଇ ବେଆଇନ୍‌ ଗଞ୍ଜେଇ ଚୋରାଚାଲାଣବେଳେ ପର୍ଦାଫାଶ୍ ।  ଭୁବନେଶ୍ୱରକୁ ଚୋରାଚାଲାଣ ହେଉଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଫିରିଙ୍ଗିଆ ପୋଲିସ୍ ।

ପୂର୍ବ ସୁଚନା ମୁତାବକ ସୁରୁକୁଇ ଘାଟି ନିକଟରେ ଏକ ଗାଡିକୁ ପ୍ରଥମେ ଯାଞ୍ଚ କରିଥିଲେ ପୋଲିସ୍ । ଯାଞ୍ଚ ସମୟରେ କାର୍ ମଧ୍ୟରୁ ୨୨ କେଜି ଗଞ୍ଜେଇ ସହ ୨ଜଣକୁ ଗିରଫ କରି କୋର୍ଟ ଚଲାଣ କରିଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନାଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.