Below header

୪ ଜାନୁଆରୀରୁ ଅଚଳ ହୋଇଯିବ ବ୍ଲାକବେରୀର ଏହି ଫୋନ୍‌, ଯଦି ଆପଣଙ୍କ ପାଖରେ ଅଛି ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ବ୍ଲାକବେରୀର ଏହି ଫୋନ ଅଛି ତେବେ ଏହି ଖବରକୁ ଜରୁର ପଢ଼ନ୍ତୁ । ଏହାକୁ ଅବହେଳା କଲେ ଅସୁବିଧାରେପଡିପାରନ୍ତି । ବ୍ଲାକବେରୀ କମ୍ପାନୀ ୪ ଜାନୁଆରୀ ୨୦୨୨ ରୁ ତା’ର କେତକ କ୍ଲାସିକ ଫୋନ୍‌ ର ସପୋର୍ଟ ବନ୍ଦ କରିଦେବ । ସପୋର୍ଟ ସିଷ୍ଟମ ବନ୍ଦ ହେବା ପରେ ଏହି ଫୋନ୍‌ ସବୁ କେବଳ ଡବା ହୋଇଯିବ । ଆଉ କିଛି କାମରେ ଲାଗିବ ନାହିଁ ।

ଡାଟା ବି କରିପାରିବେନି ଆକ୍ସେସ

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବ୍ଲାକବେରୀର ଏହି ଫୋନ୍‌ ଯାହା ବ୍ଲାକବେରୀ କିମ୍ବା OS BB10 OS ଅପରେଟିଂ ସିଷ୍ଟମରେ ଚାଲିଥାଏ । ତାହା ୪ ଜାନୁଆରୀ ୨୦୨୨ ରୁ ତୁରନ୍ତ ବନ୍ଦ ହୋଇଯିବ । ଏହାପରେ ନା ଆପଣ ଏହି ଫୋନରୁ ନା କଲ କରିପାରିବେ ନା ଡାଟା ଚଳାଇ ପ ।ରିବେ । ଏହି ଫୋନରେ ଜରୁରୀକାଳୀନ ସେବା ମଧ୍ୟ କାମ କରିବ ନାହିଁ । ଏହି ନିଷ୍ପତ୍ତି କେବଳ କ୍ଲାସିକ ସ୍ମାର୍ଟ ଫୋନ ଉପରେ ଲାଗୁ ହେବ । ହେଲେ ବ୍ଲାକବେରୀର ଏଣ୍ଡରଏଡ ଅପରେଟିଂ ସିଷ୍ଟମ ପୂର୍ବ ଭଳି ଚାଲୁ ରହିବ ।

ଆପଣଙ୍କୁ କ’ଣ କରିବାକୁ ହେବ

ଯଦି ଆପଣଙ୍କ ପାଖରେ ଏହି ଫୋନ ଅଛି ତେବେ ଫୋନର ସବୁ ଡାଟା ଅନ୍ୟ ଫୋନରେ କିମ୍ବା ଲାପଟପରେ ରଖି ଦିଅନ୍ତୁ । ଏହା ଛଡା ଫୋନରେ ଥିବା ଜରୁରୀ ମେସେଜକୁ ମଧ୍ୟ ବ୍ୟାକଅପରେ ରଖିଦିଅନ୍ତୁ । ଫୋନ ଅଚାନକ ବନ୍ଦ ହେଲେ ଯେପରି କିଛି ଅସୁବିଧା ନହୁଏ ଏଥିପାଇଁ ଅନ୍ୟ ଫୋନ ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.