ରାଜଧାନୀରେ ଚାଞ୍ଚଲ୍ଯ: କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ରାସ୍ତା କଡରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ !

ଭୁବନେଶ୍ୱର(କେନ୍ଯୁଜ୍): କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ପରେ ରାସ୍ତା କଡରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପେଟ୍ରୋଲ ଟାଙ୍କି କଡରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।
ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ନାବାଳିକାଙ୍କୁ ଭର୍ତ୍ତି କରିଛି PCR । ନାବଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଛାନ୍ଭିନ୍ ଚଳାଇଛି।