Below header

ବାରବାଟୀ ଲଢ଼େଇ : ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନେଲା ଟିମ୍‌ ଇଣ୍ଡିଆ

କଟକ (କେ ନ୍ୟୁଜ୍‌) : ଆଉ କେଇ ମିନିଟ୍‌ ପରେ ଆରମ୍ଭ ହେବ ନିର୍ଣ୍ଣାୟକ ମ୍ୟାଚ୍‌ । ଏଥିରେ ହେଡ୍‌ ଡାକିଲେ ଓ ଟସ୍‌ ଜିତିଲେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଭାରତୀୟ ବୋଲର୍‌ କେତେ ରନ୍‌ରେ ସୀମିତ ରଖୁଛନ୍ତି େଓ୍ଵଷ୍ଟଇଣ୍ଡିଜ୍‌ ଦଳକୁ ।
ଭାରତ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନି ଦଳକୁ ଆସିଛନ୍ତି । ସେପଟେ ଇଣ୍ଡିଜ୍‌ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଚଳିତ ଦସିନିକିଆ ସିରିଜ୍‌ ଏବେ ୧-୧ ସ୍ଥିତିରେ ରହିଛି । ଯେଉଁ ଦଳ ଜିତିବ ସେ ସିରିଜ୍‌ ବିଜୟୀ ହେବ । ତେଣୁ କ୍ରିକେଟ୍‌ପ୍ରେମୀ ଏକ ଦମ୍‌ଦାର ମ୍ୟାଚ୍‌ ଦେଖିବାକୁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.