ନାତୁଣୀ ଆରାଧ୍ୟା ବଚ୍ଚନ ଏପରି ଦେଲେ ସ୍ପିଚ, ଅମିତାଭ ବଚ୍ଚନ ଭାବବିହ୍ୱଳ ହୋଇ କହିଲେ.. ଦେଖନ୍ତୁ ଭିଡିଓ

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଝିଅ ଏବଂ ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ନିକଟରେ ଆରାଧ୍ୟାଙ୍କ ସ୍କୁଲରେ ହେଉଥିବା ଏକ ଫଙ୍କସନରେ ସେ ଏକ ଦମଦାର ସ୍ପିଚ ଦେଇଥିଲେ ଯାହାକି ଏବେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଆରାଧ୍ୟା କହୁଛନ୍ତି ” ମୁଁ ଏକ ଝିଅ, ମୁଁ ସ୍ୱପ୍ନ, ଏକ ନୂଆଯୁଗର ସ୍ୱପ୍ନ । ଆମେ ଏକ ନୂଆ ଦୁନିଆକୁ ଯିବୁ ଯେଉଁଠି ଆମେ ସୁରକ୍ଷିତ ରହିବୁ । ମୋତେ ଭଲପାଇବା ମିଳିବ, ମୋର ସମ୍ମାନ କରାଯିବ । ଏପରି ଏକ ଦୁନିଆ ଯେଉଁଠି ମୁଁ ସ୍ୱର ଉତ୍ତୋଳନ କରିପାରିବି ଏବଂ ଜ୍ଞାନର ସହିତ ଶୁଣାଯାଉଥିବ । ଏପରି ଏକ ଦୁନିଆ ଯେଉଁଠି ଜ୍ଞାନ ଜୀବନର ବହିରେ ଲେଖାଥିବ । ଯେଉଁଠି ମାନବତା ସ୍ୱତନ୍ତ୍ର ରୂପରେ ବଢ଼ୁଥିବ ।”


ଏହି ଭିଡିଓ ଦେଖିବା ପରେ ସମସ୍ତେ ଆରାଧ୍ୟାଙ୍କର ବହୁତ ତାରିଫ କରୁଛନ୍ତି । କୁନି ଆରାଧ୍ୟାଙ୍କ ମୁଁହରୁ ଏଭଳି ମହତ୍ତ୍ୱପୁର୍ଣ୍ଣ କଥାଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଭିଡିଓରେ ଜଣେ ୟୁଜର ବିଗବି ଓ ଅଭିଷେକ ବଚ୍ଚନଙ୍କୁ ଟ୍ୟାଗ କରି ଲେଖିଥିଲେ ବାଃ ଟ୍ୟାଲେଣ୍ଟେଡ ଆରାଧ୍ୟା, କି କନଫିଡେନ୍ସ !

ଏହି ଟ୍ୱିଟର ରିପ୍ଲାଏ କରି ବିଗବି ଲେଖିଛନ୍ତି, ଏକ ଝିଅର ଗୌରବ, ପରିବାରର ଗୌରବ, ସବୁ ନାରୀଙ୍କର ଗୌରବ ଆମ ଆରାଧ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.