Below header

କିଏ ହେବେ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ? ସର୍ଟ ଲିଷ୍ଟ ହୋଇଥିବା ୬ ଜଣଙ୍କର ନିଆଯାଉଛି ଇଣ୍ଟରଭ୍ୟୁ

କିଏ ହେବେ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ? କାହାକୁ ଦାୟିତ୍ୱ ଦେବ ବିସିସିଆଇ? ସର୍ଟ ଲିଷ୍ଟ ହୋଇଥିବା ୬ ଜଣଙ୍କ ଇଣ୍ଟରଭ୍ୟୁ ନିଆଯାଉଛି । ମୁମ୍ବାଇ ବିସିସିଆଇ ମୁଖ୍ୟାଳୟରେ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କ୍ରିକେଟ ପରାମର୍ଶଦାତା କମିଟି ଏମାନଙ୍କ ଇଣ୍ଟରଭ୍ୟୁ ନେଉଛନ୍ତି । ଅଲଗା ଅଲଗା ସମୟରେ ସମସ୍ତେ ଉପସ୍ଥିତ ରହିବେ । ସର୍ଟ ଲିଷ୍ଟ ହୋଇଥିବା ଭାରତୀୟ ଅଶାୟୀଙ୍କ ଭିତରେ ମୁଖ୍ୟ କୋଚ ପଦ ପାଇଁ ରବି ଶାସ୍ତ୍ରୀ ପ୍ରବଳ ଦାବିଦାର ଅଛନ୍ତି । ସେ ତାଙ୍କ ପଦବି ବଜାୟ ରଖି ପାରନ୍ତି । ରବି ଶାସ୍ତ୍ରୀଙ୍କ ସମେତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଫିଲ୍ଡିଂ କୋଚ୍‌ ରବିନ ସିଂହ ଓ ପୂର୍ବତନ ମ୍ୟାନେଜର ଲାଲଚନ୍ଦ ରାଜପୁତ ଅଛନ୍ତି । ବିଦେଶୀ ଆଶାୟୀଙ୍କ ଭିତରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର୍‌ ତଥା ଶ୍ରୀଲଙ୍କାର ପୂର୍ବତନ କୋଚ୍‌ ଟମ ମୁଡି, ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ତଥା ଅଫଗାନିସ୍ତାନ କ୍ରିକେଟ ଦଳର କୋଚ୍‌ ଫିଲ୍‌ ସିମନ୍ସ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପୂର୍ବତନ କୋଚ୍‌ ମାଇକ୍‌ ହେସନ୍‌ ରହିଛନ୍ତି । ଅଭିଜ୍ଞତା ଓ ଯୋଗ୍ୟତାକୁ ଭିତ୍ତି କରି ଏମାନଙ୍କୁ ଚୟନ କରାଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି । ଇଣ୍ଟରଭ୍ୟୁ ପରେ ଆଜି ରାତି ୭ଟାରେ ସାମ୍ବାଦିକ ସମ୍ମିଳନୀରେ ବିସିସିଆଇ ପକ୍ଷରୁ ନୂଆ କୋଚ୍‌ଙ୍କ ନାଁ ଘୋଷଣା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.