Below header

IPL 2020 ଅଫିସିଆଲ ପାଟର୍ନର ହେଲା ଅନଏକାଡେମୀ, ତିନି ବର୍ଷ ପାଇଁ ହେଲା ଚୁକ୍ତି

ଅନଲାଇନ ଶିକ୍ଷା ଓ ବୈଷୟିକ କମ୍ପାନୀ ‘ଅନ୍ଏକାଡେମୀ’ ଆଇପିଏଲ୍ ୨୦୨୦ର ଅଫିସିଆଲ୍ ପାର୍ଟନର ଭାବେ ତିନି ବର୍ଷ ପାଇଁ ଚୁକ୍ତି କରିଛି। ଏ ବିଷୟରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ୍ କହିଛନ୍ତି, ଆଇପିଏଲର ପରବର୍ତ୍ତୀ ୩ଟି ସଂସ୍କରଣର (୨୦୨୦ରୁ ୨୦୨୨) ଅଫିସିଆଲ୍ ପାର୍ଟନର ଭାବେ ‘ଅନ୍ଏକାଡେମୀ’ ସହ ଚୁକ୍ତି କରି ଆମେ ବହୁତ ଖୁସି। ଏହା ଦେଶରେ ସବୁଠୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ। ମୋ’ ମତରେ ସ୍ୱଦେଶୀ କମ୍ପାନୀ ‘ଅନ୍ଏକାଡେମୀ’ ଭାରତୀୟ ଦର୍ଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ, ଖାସ୍ କରି ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ଉପରେ ।’ ଦେଶରେ ‘ଅନ୍ଏକାଡେମୀ’କୁ ସବୁଠୁ ବଡ଼ ବ୍ରାଣ୍ଡ ଭାବେ ଗଠନ କରିବା ଆମର ଲକ୍ଷ୍ୟ ।

IPL-2020

ସୂଚନାଯୋଗ୍ୟ, ବିସିସିଆଇ ପୂର୍ବରୁ ଆଇପିଏଲର ଟାଇଟଲ ପ୍ରାୟୋଜକ ଭାବେ ଡ୍ରିମ୍-୧୧ ସହ ବର୍ଷକ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା । ଡ୍ରିମ୍-୧୧ ଚାଇନିଜ୍ କମ୍ପାନୀ ‘ଭିଭୋ’ର ସ୍ଥାନ ନେଇଥିଲା । ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୦। ଏଥିପାଇଁ ସମସ୍ତ ଦଳ ୟୁଏଇରେ ପହଞ୍ଚିସାରିଛି। ଏମାନଙ୍କ ମଧ୍ୟରେ ୨ ଖେଳାଳିଙ୍କ ସମେତ ୧୩ ଜଣ ଷ୍ଟାଫ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.