Below header

ଏଣିକି ବର୍ଷକୁ ଖେଳାଯିବ ଦୁଇଟି ଆଇପିଏଲ, ସୂଚନା ଦେଲେ ଜଣେ ବରିଷ୍ଠ ଖେଳାଳି

ଆଇପିଏଲ ୨୦୨୨ ନିକଟରେ ଶେଷ ହୋଇଛି । ଏହି ସିଜିନ୍ ଫୟାନ୍ସ ମାନଙ୍କୁ ବି ଖୁବ ପସନ୍ଦ ଆସିବ । ଆଇପିଏଲ ବିଶ୍ୱର ସବୁଠୁ ବଡ କ୍ରିକେଟ ଲିଗ । ଏହି ଲିଗରେ କ୍ରିକେଟ ବିଶ୍ବର ନାମୀ ଦାମୀ ଖେଳାଳି ମାନେ ଖେଳିବାକୁ ଆସନ୍ତି । ଆଇପିଏଲକୁ ନେଇ ନିକଟରେ ଜଣେ ବରିଷ୍ଠ ଖେଳାଳି ବଡ଼ ବୟାନ ଦେଇଛନ୍ତି । ଏହି ଖେଳାଳିଙ୍କ କହିବା ଅନୁଯାୟୀ ଆଗକୁ ଗୋଟିଏ ବର୍ଷରେ ଆଇପିଏଲ ଥରେ ନୁହେଁ ବରଂ ଦୁଇ ଦୁଇ ଥର ଖେଳାଯିବ ।

ଆଇପିଏଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚା କରୁଥିବା ଲୋକଙ୍କ ତାଲିକାରେ ଏବେ ପୂର୍ବ କ୍ରିକେଟର ଆକାଶ ଚୋପ୍ରାଙ୍କ ନାଁ ଯୋଡି ହୋଇଯାଇଛି । ଆକାଶଙ୍କ କହିବା ଅନୁଯାୟୀ ଖୁବ ଶୀଘ୍ର ବର୍ଷକୁ ଦୁଇ ଦୁଇଟି ଆଇପିଏଲ ଦେଖିବାକୁ ମିଳିବ । ନିଜ ୟୁଟ୍ୟୁବ ଚ୍ୟାନେଲରେ ଲଗାତାର ଭାବେ ଆକାଶ ଆଇପିଏଲକୁ ନେଇ ନୂଆ ନୂଆ ବୟାନ ଦେଇଛନ୍ତି । ଆଇପିଏଲକୁ ନେଇ ଏହି ଭବିଷ୍ୟବାଣୀ ବି ସେ ୟୁ ଟ୍ୟୁବ ଚ୍ୟାନେଲରେ ହିଁ କରିଛନ୍ତି । ଆକାଶ ଏହା ମଧ୍ୟ କହିଛନ୍ତିକି, ” IPLରେ ଗତ କିଛି ଦିନ ଭିତରେ ଅନେକ କିଛି ପରିବର୍ତ୍ତନ ଆସିଛି, ଯେଉଁଥିରୁ ଅନୁମାନ ଲଗାଯାଉଛିକି ଆଗକୁ ଆଇପିଏଲକୁ ଆହୁରି ସମ୍ପ୍ରସାରଣ କରାଯିବ । ଅବଶ୍ୟ ଏହା ଅଚାନକ ହେବ ନାହିଁ, ଏଥିପାଇଁ ୫ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିବ । କିନ୍ତୁ ୫ ବର୍ଷ ପରେ ମଧ୍ୟ ଏମିତି କିଛି ପଦକ୍ଷେପ ନିଆଯିବା ନିଶ୍ଚିତ ।

ଆଇପିଏଲ ୨୦୨୨ରେ ୧୦ଟି ଟିମ ଭାଗ ନେଇ ଥିଲେ ଆଉ ସମୁଦାୟ ୭୪ ଟି ମ୍ୟାଚ ଖେଳାଯାଇଥିଲା । ଯଦି ଆଗକୁ ବର୍ଷକୁ ଦୁଇଟି ଆଇପିଏଲ ଖେଳାଯିବ ତେବେ ଏହା କୁଁ ଫର୍ମାଟରେ ଅନୁଷ୍ଠିତ ହେବ ଏହାର ଜବାବ ବି ଆକାଶ ଚୋପ୍ରା ଦେଇଛନ୍ତି । ଆକାଶ କହିଛନ୍ତିକି, ଏବେ ଆଇପିଏଲ ରେ ୧୦ ଟି ଟିମ ଅଛନ୍ତି, ଆଉ ଏମିତିରେ ମ୍ୟାଚ ସଂଖ୍ୟା ନିଜକୁ ନିଜେ ବଢ଼ିଯିବ । ଗୋଟେ ଆଇପିଏଲ ବଡ ଫର୍ମାଟରେ ହେବ ଯେଉଁଥିରେ ହୁଏତ ୯୪ ଟି ମ୍ୟାଚ ଖେଳାଯାଇପାରେ । ଛୋଟ ଆଇପିଏଲ ହୁଏତ ମାସକ ଭିତରେ ଶେଷ ହୋଇଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.