ଦୁଷ୍କର୍ମ ଅପରାଧୀଙ୍କୁ ଏଠି ସୁନ୍ଦର ବଙ୍ଗଳାରେ ରହିବାକୁ ଜାଗା ମିଳେ, ହେଲେ କାହିଁକି ଜାଣନ୍ତୁ
![miracle village](https://knewsodisha.com/wp-content/uploads/2022/06/miracle-village.jpg)
ଦୋଷ ଓ ଦୋଷୀଙ୍କୁ ନଜରରେ ରଖି ସାରା ବିଶ୍ୱରେ ଆଇନ ପ୍ରଣୟନ କରାଯାଇଛି । ଆଉ ଏହି ଆଇନ ସବୁଠାରେ ଅଲଗା ଅଲଗା । ବିଶେଷକରି ବିଭିନ୍ନ ଦେଶରେ ଅପରାଧର ଦଣ୍ଡ ଭିନ୍ନ ଭିନ୍ନ ରହିଛି । ତେବେ ଅପରାଧ ମଧ୍ୟରେ ଦୁଷ୍କର୍ମ ଅପରାଧୀଙ୍କ ପାଇଁ କିଭଳି ଦଣ୍ଡର ପ୍ରାବଧାନ ରହିଛି ତାହା ସେହି ଦେଶର ଆଇନ ଉପରେ ନିର୍ଭର କରେ । ଯେମିତି ଆମ ଦେଶରେ ସାମ୍ବିଧାନୀକ ଆଇନ ପ୍ରଣୟନ କରାଯାଇଛି । ପ୍ରତ୍ୟେକ ଅପରାଧ ସହ ଜଡିତ ଧାରାରେ ଅପରାଧୀଙ୍କୁ ଦଣ୍ଡିତ କରାଯାଏ । ହେଲେ ଦୁଷ୍କର୍ମ ଅପରାଧୀଙ୍କୁ କଡାରୁ ଅତି କଡା ଦଣ୍ଡର ନିୟମ ପ୍ରାୟ ସବୁଠାରେ ରହିଛି । ଆଜି ଆପଣ ଜାଣିବେ ଏକ ଏଭଳି ଦେଶ ଯେଉଁଠାରେ ଦୁଷ୍କର୍ମ ଅପରାଧୀଙ୍କୁ ଜେଲ ନୁହେଁ ବରଂ ଏକ ସୁନ୍ଦର ବଙ୍ଗଳାରେ ରହିବାକୁ ଦିଆଯାଏ । ଯାହାକୁ ଶୁଣିଲେ ଆପଣ ରାଗି ଉଠିପାରନ୍ତି । ଆଶ୍ଚର୍ଯ୍ୟ ବି ହୋଇପାରନ୍ତି । କିନ୍ତୁ ଏହା ବିଲକୁଲ ସତ । ଜାଣିବା ସେହି ଦେଶ ଓ ବଙ୍ଗଳା ବିଷୟରେ ।
ସବୁଠୁ ବଡ ଆଶ୍ଚର୍ଯ୍ୟର କଥା କଣ ଜାଣନ୍ତି । ସେହି ବଙ୍ଗଲାରେ ଅପରାଧିଙ୍କୁ ରହିବାକୁ ଦିଆଯାଏ, ଯେଉଁଠାରେ ସମସ୍ତ ସୁବିଧା ଉପଲବ୍ଧ । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ଭାବୁଥାଇପାରନ୍ତି କି ହଁ ସେମିତି ଜୀବନ ଏକୁଟିଆ ବିତେଇବାର ମୂଲ୍ୟ କଣ ଯେଉଁଠି ପରିବାର ସାଙ୍ଗରେ ନଥିବ । କିନ୍ତୁ ନାଁ ଆଜ୍ଞା । ସେ ଏକା ନୁହେଁ ତାର ପରିବାର ସହ ବଙ୍ଗଳାରେ ରହିପାରିବ ବ୍ୟକ୍ତି ଜଣକ । ଏ ସ୍ଥାନର ନାଁ ହେଉଛି ଫ୍ଲୋରିଡାର ଆଉଟସ୍କର୍ଟସରେ ଥିବା ମିରାକଲ ଭିଲେଜ । ଏଠାରେ ଅଭିଯୁକ୍ତଙ୍କୁ ଅତି ସୁନ୍ଦର ବଙ୍ଗଳା ଦିଆଯାଇଥାଏ । ଯେଉଁଠାରେ ପାଖାପାଖି ୨୦୦ଦୁଷ୍କର୍ମ ଅପରାଧୀ ନିଜ ପରିବାର ସହ ଜୀବନ ବିତାଉଛନ୍ତି ।
ମିରାକଲ ଭିଲେଜରେ ରହୁଥିବା ଦୁଷ୍କର୍ମ ଅପରାଧୀଙ୍କୁ ରହିବାର ସ୍ଥାନ ନମିଳିବାରୁ ପୋଲିସ ଏମାନଙ୍କୁ ସେଠାରେ ସ୍ଥାନ ଦେଇଛି । ଏମାନଙ୍କ ମଧ୍ୟରେ ଅନେକ ଏପରି ରହିଛନ୍ତି କି ସେମାନଙ୍କ ପରିବାର ସେମାନଙ୍କୁ ଘରୁ ବାହାର କରିବା ସହ କୌଣସି ପ୍ରକାର ସମ୍ମାନ କରନ୍ତି ନାହିଁ । ଏମିତିରେ କେଉଁଠି ବି ରହିବାକୁ ସ୍ଥାନ ନମିଳିବାରୁ ଏଠାରେ ସେମାନଙ୍କ ରହିବାର ଅନୁମତି ମିଳିଥିଲା । ଆଉ ଏହିଠାରେ ରହି ଏଭଳିି ଅପରାଧୀମାନେ ପଶ୍ଚାତାପ କରୁଛନ୍ତି ।
ପାଖାପାଖି ୨୦ଏକର ଜମିରେ ଏହା ଏକ ଛୋଟ ଗାଁ । ଏହି ଗାଁକୁ ବର୍ଷ ୨୦୦୯ରେ ଦୁଷ୍କର୍ମ ଅପରାଧୀଙ୍କ ପାଇଁ ଆରମ୍ଭ କରାଯାଇଥିଲା । ଏହା ଏଥିପାଇଁ କରାଗଲା ଯାହା ଫଳରେ ସେ ନିଜ ପରିବାର ସହ ସେଠାରେ ଶାନ୍ତିରେ ରହିପାରିବେ । କୁହାଯାଉଛି କି ଆମେରିକାରେ ଦୁଷ୍କର୍ମ ଅପରାଧୀଙ୍କ ସଂଖ୍ୟା ଅଧିକ ।
ଏ ସମ୍ପର୍କରେ ଜଣେ ବ୍ୟକ୍ତି ସୂଚନା ଦେଇଥିଲେ । ଯିଏ କି ପେସାରେ ଜଣେ ଫଟୋଗ୍ରାଫର । ୧୯୬୦ରେ ଘରେ କାମ କରୁଥିବା ଲୋକଙ୍କ ପାଇଁ ଏହି ଗାଁକୁ ବନାଯାଇଥିଲା । କିନ୍ତୁ ବର୍ତ୍ତମାନ ଏଠାରେ ଦୁଷ୍କର୍ମ ଅପରାଧୀ ରହୁଥିବା କୁହାଯାଉଛି । ଅନ୍ୟ କୌଣସି ସଂଗୀନ ଅପରାଧ ଘଟାଇଥିବା ବ୍ୟକ୍ତି ଏଠାରେ ରହିପାରିବେ ନାହିଁ ।
ଏହି ଗାଁକୁ ବସାଇବାର ଏକ ଖାସ କାରଣ ରହିଥିଲା । ପାଦରୀ ଡିକ ଇଥେରୋ ଏହି ଗାଁକୁ ବସାଇଥିଲେ । ତାଙ୍କର କହିବା କଥା କି ପ୍ଲୋରିଡାରେ ଦୁଷ୍କର୍ମ ଅପରାଧୀଙ୍କୁ ଘର ମିଳିବା ବହୁତ ହି ମୁସ୍କିଲ ଏବଂ ନିୟମ ଅନୁସାରେ ଏହି ଅପରାଧୀମାନେ ଏକ ହଜାର ଫୁଟ ମଧ୍ୟରେ ସ୍କୁଲ, ପାର୍କ ଅବା ଖେଳ ପଡିଆ ଅଥବା ପିଲାମାନେ ଥିବା କୌଣସି ସ୍ଥାନ ମାନଙ୍କଠୁ ଦୂରରେ ରହିବେ । ତେଣୁ ଏହି ଅପରାଧୀଙ୍କୁ ଘର ମିଳିବା କଷ୍ଟକର ଥିଲା ।
ଏହି ଗାଁରେ ବହୁତ କମ ଘର ରହିଛି । କିନ୍ତୁ ଘରଠୁ ଅଧିକ ଏଠାରେ ରହିବାକୁ ଆବେଦନ ପତ୍ର ଆସିଥାଏ । ତେଣୁ ଏଠାକାର ୱେଟିଙ୍ଗ ସିଷ୍ଚମ ଅନୁସାରେ ଲୋକଙ୍କୁ ଘର ମିଳିଥାଏ । ସବୁଠୁ ଖାସ କଥା ହେଉଛି ଏଠାରେ ରହୁଥିବା ଲୋକଙ୍କୁ ଅନେକ ଶିକ୍ଷା ନେବାକୁ ପଡିଥାଏ । ଏମିତିକି ଅନେକ ପ୍ରୋଗ୍ରାମ ସେମାନଙ୍କୁ ଦେଖାଯାଇଥାଏ । ରହୁଥିବା ଅନେକ ଲୋକଙ୍କ ମଧ୍ୟରେ କିଛି ଏମିତି ବି ଅଛନ୍ତି ଯେଉଁମାନେ ଆଖପାଖ ଅଞ୍ଚଳରେ ଚାକିରି ମଧ୍ୟ କରୁଛନ୍ତି । କିନ୍ତୁ ଏସବୁ ପରେ ଏହି ଗାଁରେ ରହୁଥିବା ଲୋକଙ୍କୁ ସତ ମାର୍ଗରେ ଚାଲିବା ପାଇଁ ପାଦରୀ ସବୁ ସପ୍ତାହରେ ବାଇବେଲ କ୍ଲାସେସ ନେଇଥାନ୍ତି । ଏଭଳି ଭାବେ ଚାଲିଥାଏ ଏଠାକାର ଲୋକଙ୍କ ଜୀବନ । ଅନ୍ୟ କୌଣସି ଲୋକଙ୍କ ସହ ଏମାନଙ୍କ ସମ୍ପର୍କ ମନା ।