ଏଠି ଜେଲରେ ବହି ପଢିଲେ ସଜା କୋହଳ ହୁଏ, ଏମିତିକି ଜେଲରୁ ମୁକ୍ତି ବି ମିଳେ

ୱେଷ୍ଟ ସେଣ୍ଟ୍ରାଲ ସାଉଥ ଆମେରିକରେ ଏକ ଦେଶ ରହିଛି ଯାହାର ନାଁ ବୋଲିଭିଆ । ଏଠାକାର ଲୋକେ ଏକ ନୂଆଁ କଥା ପାଇଁ ଚର୍ଚ୍ଚାରେ । ଏହି ଚର୍ଚ୍ଚା ଭିତରେ ଖାସ କଥା ହେଉଛି ଏଟାକାର କଏଦୀ ବହୁତ ବହି ପଢନ୍ତି । ସେମାନଙ୍କୁ ନିଜର ଦଣ୍ଡ ପୁରା କରିବା ପୂର୍ବରୁ ହିଁ ମୁକ୍ତ କରିଦିଆୟାଏ । ହଁ ଏମିତିରେ ତ ଅମେରିକାର ସମସ୍ତ ଜେଲରେ କଏଦୀ ମାନଙ୍କ ପାଇଁ ଭଲ ଲାଇବ୍ରେରୀ ରହିଛି । କିନ୍ତୁ ବୋଲିଭିଆରେ କଏଦୀଙ୍କୁ ଏହାର ଫାଇଦା ବି ମିଳୁଛି ଏବଂ ବହି ପଢିବା ଦ୍ୱାରା ଏମାନଙ୍କ ଭିତରେ ପରିବର୍ତ୍ତନ ବି ଆସୁଛି । ଜେଲ ଭିତରେ କଏଦୀଙ୍କ ହାତରେ ସବୁବେଳେ ବହି ଦେଖିବାକୁ ମିଳିଥାଏ । ଏମିତି କରି ବ୍ରାଜିଲ ମଧ୍ୟ କେବେ ଚର୍ଚ୍ଚାରେ ଆସିଥିଲା ।

ଏକ ମିଡିଆ ରିପୋର୍ଟ ହିସାବରେ ପଡୋଶୀ ଦେଶରୁ ଶିକ୍ଷା ନେଉଥିବା ବୋଲିଭିଆ ମଧ୍ୟ ନିଜର ଜେଲ ମାନଙ୍କରେ ସମାନ ବ୍ୟବସ୍ଥା ଆରମ୍ଭ କରିଛି । ବ୍ରଜିଲର ଜେଲ ଭଳି ବୋଲିଭିଆରେ ମଧ୍ୟ ଏହା ଆରମ୍ଭ କରାଗଲା । ଏହା ଦ୍ୱାରା ଜେଲରେ କଏଦ ହୋଇଥିବା କଏଦୀଙ୍କ ବ୍ୟବହାର ବି ଦେଖାଯାଏ । କଏଦୀଙ୍କୁ ବହି ପଡିବା ପରେ ଏକ ରିଡିଙ୍ଗ ଟେଷ୍ଟ ମଧ୍ୟ ଦେବାକୁ ହୁଏ । ସରକାରଙ୍କର ମାନିବା କଥା କି ଏହାଦ୍ୱାରା ସେମାନଙ୍କ ଜୀବନକୁ ଏକ ନୂଆ ଦିଶା ମିଳିବ । ଯାହା ଦ୍ୱାରା ସେମାନେ କୌଣସି ଅପରାଧ ସହ ପୁଣିଥରେ ଜଡିତ ହେବା କମ ହୋଇଯିବ ବା ବନ୍ଦ ହେଇଯିବ ।

ଜେଲରେ ଲାଇବ୍ରେରୀର ଇତିହାସ ଉପରେ କୁହାଯିବ ତ ଅମେରିକାର ନାମ ଶୀର୍ଷ ଦେଶ ମଧ୍ୟରେ ଆସିବ । ଅମେରିକାରେ ପ୍ରଥମଥର ୧୭୯୦ରେ ଜେଲରେ ଲାଇବ୍ରେରୀର ଆରମ୍ଭ ହୋଇଥିଲା । ଯଦିଓ ବ୍ରିଟିଶ ଶାସନରେ ଭାରତର ଜେଲରେ ବନ୍ଦୀ କ୍ରାନ୍ତିକାରୀ ମଧ୍ୟ ବହି ମାଗି ପଢୁଥିଲେ ଏବଂ ଖୁବ ଲେଖୁଥିଲେ ମଧ୍ୟ । ଦେଖିବାକୁ ଗଲେ ଅନେକ ସ୍ୱାଧୀନତା ସଂଗ୍ରାମୀ ଏମିତିକି ମହାତ୍ମା ଗାନ୍ଧୀ ହୁଅନ୍ତୁ ଅବା ଜବାହର ଲାଲ ନେହେରୁଙ୍କ ଭଳି ନେତା ମଧ୍ୟ ଜେଲ ଭିତରେ ଅନେକ ବହି ଲେଖିବାର ନଜିର ରହିଛି ।

ଅମେରିକାର ସମସ୍ତ ଜେଲରେ ଲାଇବ୍ରେରୀ ନିଶ୍ଚୟ ଥାଏ । ସେଠାରୁ କଏଦି ବହି ଆଣି ପଢାପଢି କରୁଥିଲେ । ପ୍ରଥମେ ପ୍ରଥମେ ତ କଏଦୀଙ୍କୁ କେବଳ ଧାର୍ମିକ ବହି ପଢିବାକୁ ଦିଆୟାଉଥିଲା । କିନ୍ତୁ ପରେ ସବୁ ପ୍ରକାରର ବହି ଲାଇବ୍ରେରୀରେ ସାମିଲ କରାଗଲା ।

ଭାରତର ରାଜଧାନୀ ଦିଲ୍ଲୀ ସ୍ଥିତ ତିହାଡ ଜେଲରେ ୮ କାରାଗାର ରହିଛି ଏବଂ ପ୍ରତି କାଗାଗାରରେ ଲାଇବ୍ରେରୀ ରହିଛି । ଏଠାରେ କଏଦୀଙ୍କୁ ବହି ପଢିବା ପାଇଁ ୪ଘଣ୍ଟାର ସମୟ ଦିଆୟାଇଥାଏ । ଏମିତିକି ପୁସ୍ତକାଗାରରେ ମହାତ୍ମାଗାନ୍ଧୀଙ୍କ ଆତ୍ମକଥା ଠାରୁ ଆରମ୍ଭ କରି ବିବେକାନ, ଦର୍ଶନ ସହ ଜଡିତ ବହିର ଚାହିଦା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.