WWE Hell in a Cell ରେ ଏହି ରେସଲରଙ୍କର ଭାଙ୍ଗିଲା ବେକ, କିଏ ଷ୍ଟିଲ ଚେୟାରରେ ତ ଆଉ କିଏ ବୁଲେ ଷ୍ଟ୍ରେପ୍ ବାନ୍ଧି କଲେ ଆକ୍ରମଣ
WWE Hell in a Cell ୨୦୨୨ ଇଭେଣ୍ଟ ଶେଷ ହୋଇଛି। WWE ର ଏହି ଇଭେଣ୍ଟ ବହୁତ ଖାସ୍ ଥିଲା। ଏହି ଇଭେଣ୍ଟରେ ଫ୍ୟାନ୍ସଙ୍କୁ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଛି। ସମସ୍ତ ସୁପରଷ୍ଟାର ଭଲ ପ୍ରଦର୍ଶନ କରିଛନ୍ତି। ଫ୍ୟାନ୍ସ ଖାସ୍ ଅନ୍ଦାଜରେ ନିଜର ପ୍ରିୟ ସୁପରଷ୍ଟାରଙ୍କୁ ଚିୟର ମଧ୍ୟ କରିଥିଲେ। ଦୁଇଟି ଚାମ୍ପିଅନସିପ୍ ମ୍ୟାଚରେ ଏପରି ଦେଖିବାକୁ ମିଳିଥିଲା।
ଶୋ ଆରମ୍ଭରୁ ବିୟାଙ୍କ ବ୍ଲେୟର ବନାମ ଅସୁକା ବନାମ ଲେଞ୍ଚ ମଧ୍ୟରେ ମ୍ୟାଚ ହୋଇଥିଲା। ତିନି ଜଣଙ୍କ ମଧ୍ୟରେ Raw ଚାମ୍ପିଅନସିପ ପାଇଁ ଟ୍ରିପଲ ଥ୍ରେଟ୍ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଅସୁକା ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଲେଞ୍ଚଙ୍କର ଅବସ୍ଥାଖରାପ କରିଦେଇଥିଲେ ।
Way to go, @BiancaBelairWWE! #AndStill #WWERaw #WomensChampion#HIAC pic.twitter.com/N1KqMJopei
— WWE (@WWE) June 6, 2022
ସେହିପରି ହ୍ୟାପି କୋର୍ବିନ ଏବଂ ମେଡିକ୍ୟାପ ମାର୍ସ ମଧ୍ୟରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଦୁହେଁ ସୁପରଷ୍ଟାର ପରସ୍ପର ଉପରେ ଷ୍ଟିଲ ଚେୟାର ପକାଇଥିଲେ। ଏହି ମୁକାବିଲାରେ କୋର୍ବିନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ମାର୍ସ ମ୍ୟାଚ ଶେଷରେ କୋର୍ବିଙ୍କ ବେକରେ ଷ୍ଟିଲ ଚେୟାର ଛନ୍ଦି ଷ୍ଟିଲରେ ଆକ୍ରମଣ କରିଥିଲେ। ଏହାପରେ ପିନ୍ କରି ଜିତିଥିଲେ। କୋର୍ବିନଙ୍କୁ ଏହା ପରେ ଷ୍ଟ୍ରେଚରରେ ନିଆଯାଇଥିଲା। ତାଙ୍କ ବେକ ହୁଏତ ଭାଙ୍ଗି ଯାଇଥିଲା।
MADCAP MOSS WINS BIG AT #HIAC!@MadcapMoss @BaronCorbinWWE pic.twitter.com/jlSyU6r70j
— WWE (@WWE) June 6, 2022
ମେନ ଇଭେଣ୍ଟରେ ସେଥ ରୋଲିଂସ ଏବଂ କୋଡି ରୋଡସ ମଧ୍ୟରେ ହେଲ୍ ଇନ ଏ ସେଲ୍ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମୁକାବିଲାରେ ଦୁହେଁ ସୁପରଷ୍ଟାର ସବୁ ସୀମା ପାର କରିଦେଇଥିଲେ। ଏମାନେ ମ୍ୟାଚରେ ସବୁ ପ୍ରକାର ଅସ୍ତ୍ରର ବ୍ୟବହାର କରିଥିଲେ। ଦୁହେଁ ହାତୁଡିରେ ଆକ୍ରମଣ କରିଥିଲେ। ବୁଲେ ଷ୍ଟ୍ରାପ୍ ବାନ୍ଧି ଦୁହେଁ ପରସ୍ପର ଉପରେ ଆକ୍ରମଣ କରିଥିଲେ। କୋଡି ରୋଡସ ଶେଷରେ ହାତୁଡି ସାହାଯ୍ୟରେ ସେଥ ରାଲିଂସ ଉପରେ ଆକ୍ରମଣ କରିଥିଲେ। ତୃତୀୟ ଥର ସେଥଙ୍କ ଉପରେ ବସି ବିଜୟ ହାସଲ କରିଥିଲେ କୋଡି।
!!!!!!!!!!!@CodyRhodes #HIAC pic.twitter.com/DEZwE1qXLS
— WWE (@WWE) June 6, 2022
😲@CodyRhodes #HIAC pic.twitter.com/nkPSSplroY
— WWE (@WWE) June 6, 2022