Below header

ପେନାଲ୍ଟି ଶୁଟଆଉଟରେ ଇଂଲଣ୍ଡକୁ ୩-୨ରେ ହରାଇ ୟୁରୋ କପ ଟାଇଟଲ ହାସଲ କଲା ଇଟାଲୀ

ଇଟାଲୀ ବାଜି ମାରିନେଲା ୟୁରୋ କପ୍ । ୟୁରୋ କପ୍ ୨୦୨୦ର ଫାଇନାଲ ମୁକାବିଲାରେ ଇଟାଲୀ ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ରେ ୩-୨ରେ ହରାଇ ଟାଇଟଲ ହାସଲ କରିଛି । ଇଟାଲୀ ଟିମ୍ ଦ୍ୱିତୀୟ ଥର ପାଇଁ ୟୁରୋ କପ ବିଜୟୀ ହୋଇଛି । ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳୁଥିବା ଇଂଲଣ୍ଡ ୫୫ ବର୍ଷ ପରେ ପାଇଥିବା ସୁଯୋଗକୁ ହାତଛଡା କରିଛି । ଇଟାଲୀ ଫାଇନାଲରେ ଜିତିବା ସହ ଲଗାତର ୩୪ଟି ମ୍ୟାଚ୍ ଜିତି ବିଜୟ ହାସଲ କରିଛି । ଏହାପୂର୍ବରୁ ଇଟାଲି ୧୯୬୮ରେ ୟୁରୋ କପ୍ ଜିତିଥିଲା ।

ପ୍ରଥମ ହାଫ୍‌ରେ ଇଂଲଣ୍ଡ ଭଲ ଖେଳିଥିଲା । ତେବେ ଲିୟୋନାଡୋ ବୋନୁଚି ମ୍ୟାଚର ୬୭ ମିନିଟରେ ଦ୍ୱିତୀୟ ଗୋଲ କରି ସ୍ଥିତିକୁ ବରାବର କରିଥିଲେ । ଏହାପରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍ ନହେବାରୁ ମ୍ୟାଚକୁ ଆଉ ୩୦ ମିନିଟ ବଢାଯାଇଥିଲା । ଏହି ୩୦ ମିନିଟରେ ମଧ୍ୟ କେହି କାହାକୁ ଗୋଲ୍ ଦେଇନଥିଲେ ।

ପରେ ୟୁରୋ କପ୍ ଫାଇନାଲ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ଇଟାଲୀ ତରଫରୁ ଡୋମାନିକା ବେରାଡି, ଫେଡରିକୋ ଓ ଲିୟୋନାଡୋ ଗୋଲ୍ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ହ୍ୟାରି କେନ୍, ହ୍ୟାରି ମାଗୁଆର ଗୋଲ୍ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.