ଏହି ବ୍ୟାଙ୍କମାନେ ବଦଳାଇଲେ IFSC କୋଡ଼, ଅନଲାଇନ ବ୍ୟାଙ୍କିଙ୍ଗ ପାଇଁ ଅପଡେଟ କରାନ୍ତୁ ଡିଟେଲ୍ସ

ଯଦି ଆପଣ ମଧ୍ୟ ଅନଲାଇନ୍ ବ୍ୟାଙ୍କିଂରେ କାରବାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଖବର । ଅନେକ ବ୍ୟାଙ୍କର ଆଇଏଫଏସସି କୋଡ୍ ଏବେ ବଦଳିଯାଇଛି । ପବ୍ଲିକ୍ ସେକ୍ଟର୍ସରେ ବ୍ୟାଙ୍କର ମର୍ଜ ହେବା ପରେ ଅନେକ ବ୍ୟାଙ୍କର ଆଇଏଫଏସସି କୋଡ୍ ବଦଳିଯାଇଛି । ଏବେ ପୂରୁଣା ଆଇଏଫଏସସି କୋଡ୍ ଅନଲାଇନ୍ ବ୍ୟାଙ୍କିଂ ପାଇଁ ମାନ୍ୟ ହେବନି । ଆସନ୍ତୁ ଜାଣିବା ଏହା କେଉଁ କେଉଁ ବ୍ୟାଙ୍କ ।

ପବ୍ଲିକ୍ ସେକ୍ଟରରେ ମର୍ଜ ଲିଷ୍ଟରେ ସିଣ୍ଡିକେଟ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଡେନା ବ୍ୟାଙ୍କ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବିଜୟା ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ସାମିଲ । ଏବେ ଏହି ବ୍ୟାଙ୍କର ଆକାଉଣ୍ଟ ହୋଲ୍ଡ୍ରସଙ୍କୁ ନିଜ ପୂରୁଣା ଆଇଏଫଏସସି କୋଡ୍ ବଦଳାଇବାକୁ ହେବ । ନଚେତ୍ ଖାତାଧାରୀ କୌଣସି ବି ଅନଲାଇନ୍ ବ୍ୟାଙ୍କିଂ ନେଣଦେଣର ସୁବିଧା ବ୍ୟବହାର କରିପାରିବେନି । ଏଥିପାଇଁ ଆକାଉଣ୍ଟ ହୋଲ୍ଡର୍ସ ଏହି ବ୍ୟାଙ୍କରୁ ଅନଲାଇନ୍ ବ୍ୟାଙ୍କିଂ ୱେବ ପୋର୍ଟାଲରୁ ପେୟୀ ଲିଷ୍ଟରୁ ବେନିଫିସିୟାରୀକୁ ହଟାଇବାକୁ ପଡିବ ।

ଏହି ବ୍ୟାଙ୍କମାନଙ୍କ ପୋର୍ଟାଲ ଜରିଆରେ ଆକାଉଣ୍ଟ ହୋଲ୍ଡର୍ସ ନୂଆ ଆଇଏଫଏସସି କୋଡ୍ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଆପଣଙ୍କୁ ମଧ୍ୟ ଡିଟେଲ୍ସକୁ ପୁଣି ଆଡ୍ କରିବାକୁ ହେବ । ଏଥିରେ ଆପଣଙ୍କୁ ନୂଆ ସର୍ତ୍ତ ଅନୁସାରେ ପେୟୀର ଲିଷ୍ଟକୁ ପୁଣି ଲିଷ୍ଟେଡ୍ ଓ ରେଜିଷ୍ଟର୍ଡ କରିବାକୁ ହେବ । ଏଠାରେ ତାଙ୍କ ନାଁ, ଖାତା ନମ୍ବର, କଣ୍ଟାକ୍ଟ ଡିଟେଲ୍ସ ଓ ବ୍ୟାଙ୍କ ଡିଟେଲ୍ସ ଯୋଡିବାକୁ ହେବ । ଆପଣଙ୍କୁ କହିରଖୁଛୁ କି ରେଜିଷ୍ଟ୍ରେସନ ପେଣ୍ଡିଂ ହେବା ପରେ ନୂଆ ବିଲୟ ହୋଇଥିବା ବ୍ୟାଙ୍କର ଖାତାଧାରୀ ନେଟ୍ ବ୍ୟାଙ୍କିଂ ସୁବିଧାର ଲାଭ ଉଠାଇ ପାରିବେ ।

ମିଶ୍ରଣ ହୋଇଥିବା ବ୍ୟାଙ୍କର ତାଲିକା

ଯେଉଁ ବ୍ୟାଙ୍କ ମର୍ଜ ହୋଇଛି ତାହା ହେଉଛି- ସିଣ୍ଡିକେଟ୍ ବ୍ୟାଙ୍କର କାନାରା ବ୍ୟାଙ୍କରେ ମିଶ୍ରଣ
ଆହ୍ଲାବାଦ ବ୍ୟାଙ୍କର ଇଣ୍ଡିଆନ୍ ବ୍ୟାଙ୍କରେ ବିଲୟ
ବିଜୟ ବ୍ୟାଙ୍କ ଓ ଡେନା ବ୍ୟାଙ୍ ଉଭୟ ବ୍ୟାଙ୍କ ଅଫ୍ ବରୋଦାରେ ବିଲୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.