Below header

ବିଶ୍ୱକପ ୨୦୨୩ରେ ରିଷଭଙ୍କ ସ୍ଥାନ ନେଇପାରନ୍ତି ଜିତେଶ ଶର୍ମା, ବ୍ୟାଟିଂ ଷ୍ଟାଇଲରେ ମାହିଙ୍କୁ କରୁଛନ୍ତି ଫଲୋ

ବିଶ୍ୱକପ ୨୦୨୩ରେ ରିଷଭଙ୍କ ସ୍ଥାନ ନେବେ ପଞ୍ଜାବ କିଙ୍ଗସର ଏହି ଖେଳାଳି । ଆଇପିଏଲ୍‌ ୨୦୨୩ ସିଜିନରେ ଭଲ ବ୍ୟାଟିଂ କରୁଛନ୍ତି ଜିତେଶ ଶର୍ମା। ତାଙ୍କର ଓ୍ଵିକେଟ କିପିଂରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଚଳିତବର୍ଷ ବିଶ୍ୱକପରେ ସେ ରିଷଭଙ୍କ ସ୍ଥାନ ନେଇପାରନ୍ତି ବୋଲି ଓ୍ଵାସିମ ଜାଫର କହିଛନ୍ତି ।

ପଞ୍ଜାବ କିଙ୍ଗସର ଓ୍ଵିକେଟ କିପର ବ୍ୟାଟର ଜିତେଶ ଶର୍ମା ଆଇପିଏଲ ୨୦୨୩ ସିଜିନରେ ଧୂଆଁଦାର ବ୍ୟାଟିଂ କରି ସମସ୍ତଙ୍କ ମନ ଜିତିଛନ୍ତି । ଆଉ ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତ ରହିଛନ୍ତି । ମାତ୍ର ୨୦ ଲକ୍ଷ ଟଙ୍କାରେ ଜିତେଶଙ୍କୁ କିଣିଛି ପଞ୍ଜାବ କିଙ୍ଗସ । ତେବେ ୨୦୨୩ ବିଶ୍ୱକପରେ ରିଷଭଙ୍କ ସ୍ଥାନ ଜିତେଶ ନେଇପାରନ୍ତି ବୋଲି ପଞ୍ଜାବ କିଙ୍ଗସର ବ୍ୟାଟିଂକୋଚ ଓ୍ଵାସିମ ଜାଫର କହିଛନ୍ତି ।

ଜିତେଶ କେକେଆର ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ପୂର୍ବାପେକ୍ଷା ତାଙ୍କ ବ୍ୟାଟିଂ ବହୁତ ସୁଧାର ହୋଇଛି । ପୂର୍ବରୁ କେବଳ ଓ୍ଵିକେଟ କିପିଂ କରୁଥିଲେ କିନ୍ତୁ ଏବେ ଭଲ ବ୍ୟାଟିଂ କରୁଛନ୍ତି ।

ରିଷଭ ପନ୍ତ ଆହତ ସମସ୍ୟା ଯୋଗୁଁ ଏସିଆ କପ୍‌ ଏବଂ ବିଶ୍ୱକପରୁ ବାଦ୍‌ ପଡିଛନ୍ତି । ରିଷଭ ବାଦ୍‌ ପଡିବା ପରେ ଟିମ୍‌ ଇଣ୍ଡିଆ ଭଲ ଓ୍ଵିକେଟ କିପର ଖୋଜୁଛି । ଜିତେଶ ମୁମ୍ବାଇ ବିପକ୍ଷରେ ୨୭ ବଲରେ ୪୯ ରନ କରିଥିଲେ । ଚଳିତବର୍ଷ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ମ୍ୟାଚ୍‌ ପାଇଁ ଭାରତୀୟ ଟିମରେ ସାମିଲ କରାଯାଇଥିଲା । କିନ୍ତୁ ଡେବ୍ୟୁ ପାଇଁ ସୁଯୋଗ ମିଳିନଥିଲା ।

ସୂଚନାଯୋଗ୍ୟ,  ରିଷଭ ପନ୍ତ ଆହତଜନିତ ସମସ୍ୟା ଯୋଗୁଁ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପରୁ ବାଦ୍‌ ପଡିଛନ୍ତି । କେବଳ WTC ଫାଇନାଲ ନୁହେଁ ଏସିଆ କପ୍‌ ଏବଂ ବିଶ୍ୱକପରୁ ମଧ୍ୟ ରିଷଭ ବାଦ୍‌ ପଡିଛନ୍ତି । ରିଷଙ୍କୁ ସୁସ୍ଥ ହେବାକୁ ଆଉ ୮ରୁ ୧୦ ମାସ ଲାଗିବ ବୋଲି ଖବର ମିଳିଛି । ରିଷଭଙ୍କ ସଂପୂର୍ଣ୍ଣ ଭାବେ ସୁସ୍ଥ ଜାନୁଆରୀ ୨୦୨୪ରେ ହେବେ । ତେଣୁ ୨୦୨୩ରେ ହେବାକୁ ଥିବା ଏସିଆ କପ୍‌ ଏବଂ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବେ । ଏବେ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରୁ ବାଦ୍‌ ପଡିଛନ୍ତି । ୭-୧୧ ଜୁନ ମଧ୍ୟରେ ଖେଳାଯିବ । ଯଦି ରିଷଭ ୨୦୨୪ ଜାନୁଆରୀ ସୁଦ୍ଧା ସୁସ୍ଥ ହୋଇଯାଇନ୍ତି, ତେବେ ୨୦୨୪ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଏବେ ପନ୍ତ ବାଡି ସାହାଯ୍ୟରେ ଚାଲୁଛନ୍ତି । ତାଙ୍କୁ ଠିକ୍‌ ହେବା ପାଇଁ ୫-୬ ମାସ ଆଉ ଲାଗିବ ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୦ରେ ପନ୍ତ ଡେରାଡୁନ ଯିବା ବାଟରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ପନ୍ତଙ୍କ କାର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପନ୍ତ ପାଖାପାଖି ୬ ସପ୍ତାହ ପର୍ଯ୍ୟନ୍ତ ମୁମ୍ବାଇର କୋକିଲାବେନ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଆଣ୍ଠୁ ଲିଗାମେଣ୍ଟ ସର୍ଜରୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.