ଭାରତୀୟ ଖୋଖୋ ଦଳରେ କିସ୍ ଛାତ୍ର ଅଜୟ କୁମାର

ଭୁବନେଶ୍ବର (କେନ୍ୟୁଜ୍) : ଇଂଲଣ୍ଡରେ ସେପଟେମ୍ବର ୧ରୁ ୪ ତାରିଖ ପର୍ଯନ୍ତ ଆୟୋଜିତ ହେବ ପ୍ରଥମ ଅନ୍ତର୍ଜାତୀୟ ଖୋଖୋ ଟୁର୍ଣ୍ଣାମେଣ୍ଟ । ଏଥିରେ ଭାଗ ନେବାକୁ ଆଜି ଦିଲ୍ଲୀରୁ ଯାତ୍ରା କରିବ ଭାରତୀୟ ଦଳ । ଏହି ଦଳରେ ସ୍ଥାନ ପାଇଛନ୍ତି ଭୁବନେଶ୍ବର କିସ୍ ବିଶ୍ବବିଦ୍ୟାଳୟ ଛାତ୍ର ଅଜୟ କୁମାର ମାଣ୍ଡରା । ଅଜୟ ହେଉଛନ୍ତି ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର କଳା ଛାତ୍ର । ସେ ଆଜି ଦିଲ୍ଲୀ ଯାଛନ୍ତି । ଆସନ୍ତାକାଲି ସେଠାରୁ ଲଣ୍ଡନ ଯାତ୍ରା କରିବେ। ଅଜୟଙ୍କ ଏହି ସଫଳତା ପାଇଁ ତାଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କ୍ରୀଡ଼ା ବିଭାଗ ଶୁଭେଚ୍ଛା ଜଣାଇଛନ୍ତି । ଜାତୀୟ ସ୍ତରରେ ଅଜୟ ଅନେକ ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.