ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର : ବିଭିନ୍ନ କ୍ରୀଡ଼ାବିତ୍ ହେଲେ ସମ୍ମାନିତ

ଭୁବନେଶ୍ବର(କେନ୍ଯୁଜ୍) : ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଖେଳର ପ୍ରଚାର ପ୍ରସାର ପାଇଁ ନାରାୟଣ ସାହୁ ଏବଂ ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡକୁ ପୁରସ୍କୃତ କରାଯାଇଛି । ଉଭୟଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ାରେ ଶ୍ରେଷ୍ଠତା ପାଇଁ ଅମିତ ରୋହିଦାସ ଓ ସୁନୀତା ଲାକ୍ରା ପୁରସ୍କୃତ ହୋଇଛନ୍ତି । ଉଭୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯାଇଛି । ସେହିପରି ପ୍ରଶିକ୍ଷଣରେ ଶ୍ରେଷ୍ଠତା ପାଇଁ ସଞ୍ଜୟ ଗଡ଼ନାୟକଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ା ସାମ୍ବାଦିକତା ପାଇଁ ସୁଜିତ ଦାସଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯାଇଛି ।

ସେହିପରି ସାହସିକତା ପାଇଁ ମମତା ଦଳାଇ, ପଙ୍କଜ କୁମାର ମହାନ୍ତ ଓ ବିଶ୍ୱଜିତ୍‌ ପୁହାଣ ପୁରସ୍କୃତ ହୋଇଛନ୍ତି । ଏମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି । ସମାଜ ସେବା ପାଇଁ ୪ ଜଣଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି । ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରିୟବ୍ରତ ପଣ୍ଡା, ଏନ୍‌. ସନ୍ତୋଷ କୁମାର ଓ କ୍ଷୀରୋଦ ସାହୁ ପୁରସ୍କୃତ ହୋଇଛନ୍ତି । ୪ ଜଣଙ୍କୁ ୨୫ ହଜାର ଲେଖାଏ ଦିଆଯାଇଛି । ୨ ଜଣ ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର ଇକବାଲ ଓ ପଙ୍କଜ ଭୁଏ ପୁରସ୍କୃତ ହୋଇଛନ୍ତି । ଚମତ୍କାର ପ୍ରଦର୍ଶନ ପାଇଁ ଇକବାଲ ଓ ପଙ୍କଜଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.