Below header

କରୋନା ବିରୋଧୀ ଲଢେଇରେ ସହାୟତାର ହାତ ବଢାଇଲା କୋଲକତା ନାଇଟ ରାଇଡ଼ର୍ସ, ଟୁଇଟରରେ କଲା ଅବଗତ

ଇଣ୍ଡିଆନ ପ୍ରିମିୟମ ଲିଗର ପୂର୍ବ ଚାମ୍ପିୟନ କୋଲକତା ନାଇଟ ରାଇଡ଼ର୍ସ କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି। ଏକ ବୟାନରେ କୁହାଯାଇଛି, ବଲିଉଡ ଷ୍ଟାର ଶାହରୁଖ ଖାନ ଏବଂ କମ୍ପାନୀର ଅନ୍ୟ ସଦସ୍ୟମାନେ ମିଶି ଏହି ଦାନ ଦେଇଛନ୍ତି।

ବୟାନ ମୁତାବକ, ଆଇପିଏଲର ଫ୍ରାଞ୍ଚାଇଜ କୋଲକତା ନାଇଟ ରାଇଡ଼ର୍ସର ମାଲିକ ଶାହରୁଖ ଖାନ, ଜୁହି ଚାୱଲା, ଗୌରୀ ଖାନ ଓ ଜୟ ମେହେଟା ପିଏମ ରିଲିଫ ଫଣ୍ଡରେ ଯୋଗଦାନ ଦେବା ପାଇଁ ପ୍ରତିବଦ୍ଧ ଅଛନ୍ତି।

କୋଲକତା ନାଇଟ ରାଇଡ଼ର୍ସ ଟୁଇଟରରେ ମଧ୍ୟ ଏ ନେଇ ଅବଗତ କରାଇଛି। ଟିମ ଲେଖିଛି, ଏଭଳି ସ୍ଥିତିରେ ଆମେ ସମସ୍ତେ ନିଜ ଘରେ ସୁରକ୍ଷିତ ଥିବା ବେଳେ କିଛି ଲୋକ ଆମ ସୁରକ୍ଷା ପାଇଁ କାମ କରୁଛନ୍ତି। ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଆମର ଏହି ଛୋଟ ଯୋଗଦାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.