ଜଣେ ପ୍ରକୃତ ବାଦସାହ ଭଳି ସାହାଯ୍ୟ କଲେ ବଲିଉଡର କିଙ୍ଗ ଖାନ, ମୁମ୍ବାଇର ୫,୫୦୦ ପରିବାରଙ୍କୁ ଦେଲେ ଖାଦ୍ୟ

ବଲିଉଡର କିଙ୍ଗ ଖାନ ଅର୍ଥାତ ଶାହାରୁଖ ଖାନଙ୍କୁ ବଲିଉଡର ବାଦସାହ ମଧ୍ୟ କୁହାଯାଇଥାଏ। କିନ୍ତୁ ବର୍ତ୍ତମାନ ତାଙ୍କର ଏହି ସାହାଯ୍ୟ ଦେଖି ଆପଣମାନେ ମଧ୍ୟ ବୁଝିପାରିବେ ସେ କୌଣସି ବାଦସାହଙ୍କ ଠାରୁ କମ ନୁହନ୍ତି। ବର୍ତ୍ତମାନ ସମୟରେ ଯେଉଁଥି ପାଇଁ ଲୋକମାନେ କେବଳ ଟଙ୍କା ଦାନ କରିବାରେ ଯୋଗ ଦେଉଥିବା ବେଳେ ଶାହାରୁଖ ଖାନଙ୍କ ପ୍ରଡକ୍ସନ ରେଡ଼ ଚିଲ୍ଲୀ ଏଣ୍ଟରଟେନମେଣ୍ଟ କେବଳ ପିଏମ କେୟର୍ସ ଫଣ୍ଡ ନୁହେଁ ବରଂ ପର୍ସନାଲ ପ୍ରୋଟେକ୍ଟିଭ କିଟ, ଏକ ମାସ ପର‌୍ୟ୍ୟନ୍ତ ମୁମ୍ବାଇର ୫,୫୦୦ ପରିବାରଙ୍କୁ ଖାଦ୍ୟ ଏବଂ ଆବଶ୍ୟକୀୟ ଜିନିଷ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି।

khan

ସୂଚନା ମୁତାବକ ଶାହାରୁଖ ଖାନଙ୍କ ଏହି ଘୋଷଣା ପରେ କିଙ୍ଗ ଖାନଙ୍କ ଟ୍ୱିଟର ଲିଷ୍ଟରେ ଲୋକମାନଙ୍କ ପ୍ରଶଂସାର ସୁଅ ଛୁଟିଥିଲା। କେବଳ ଏତିକି ନୁହେଁ କରୋନା ଭାଇରସ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଥିଲେ, ଯାହା ଦ୍ୱାରା ଅନେକ ଲୋକ ସଚେତନ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.