Below header

ସାମସଙ୍ଗ, ଆପଲ, ରିଏଲମୀ ପରେ ବଢ଼ିଲା ନୋକିଆ ସ୍ମାର୍ଟଫୋନର ଦର

ଆପଲ, ସାମସଙ୍ଗ, ରିଏଲ୍ମ, ଓପୋ ପରେ ଏଚମଡି ଗ୍ଲୋବାଲ କମ୍ପାନୀ ଗ୍ରାହକ ମାନଙ୍କୁ ଝଟକା ଦେଇ ନିଜ ସ୍ମାର୍ଟଫୋନ ଗୁଡିକର ଦର ବଢ଼ାଇ ଦେଇଛି । ଗ୍ରାହକଙ୍କୁ ଏବେ ନୋକିଆ ପିଇଓର ବ୍ଲୁ, ନୋକିଆ ୧୦୫, ନୋକିଆ ୨.୨ ଓ ନୋକିଆ ୪.୨ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ । ମୋବାଇଲରେ ଜିଏସଟି ଦର ବୃଦ୍ଧି କଲା ପରେ ଦରରେ ଏପରି ପରିବର୍ତ୍ତନ ଆସିଛି । ମୂଲ୍ୟ ବୃଦ୍ଧି ପରେ ନୋକିଆ ୧୧୦ ଦର ୧୬୮୪ ଟଙ୍କା ରଖାଯାଇଛି । ଯାହାର ପୂର୍ବ ଦର ୧୫୯୯ ଟଙ୍କା ଥିଲା । ଠିକ ସେହିପରି ନୋକିଆ ୬.୨ର ଦର ୧୨,୪୯୯ ଟଙ୍କା ରୁ ବଢାଯାଇ ୧୩,୧୬୮ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଠିକ ସେହିପରି ନୋକିଆ ୬.୨ର ଦର ୧୨,୪୯୯ ଟଙ୍କା ରୁ ବଢାଯାଇ ୧୩,୧୬୮ ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ, ନୋକିଆ ୨.୨ ର ଦର ୬,୩୨୦ ଟଙ୍କା ରହିଥିବା ବେଳେ ନୋକିଆ ୩.୨ର ଦର ୮,୪୨୮ ଟଙ୍କା ରହିଛି । କହିରଖିବା ଉଚିତ ହେବକି, ଚଳିତ ବର୍ଷ ବଜେଟରେ ଜିଏସ୍ଟି ୧୨ ପ୍ରତିଶତ ରୁ ବଢି ୧୮ ପ୍ରତିଶତ କରାଯିବା ପରେ ସମସ୍ତ କମ୍ପାନୀର ମୋବାଇଲ ଗୁଡିକର ମୂଲ୍ୟରେ ଏପରି ପରିବର୍ତ୍ତନ ଆସିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.