ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ଲୋକଙ୍କ ପ୍ରାଣନେଲା କରୋନା, ସ୍ଥିତି ଦେଖି ଚିନ୍ତାରେ ଟ୍ରମ୍ପ

ଆମେରିକାରେ କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦିନକୁ ଦିନ ଆମେରିକାର ସ୍ଥିତି ବିଗିଡିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୪୮୦ ଲୋକ ମୃତ୍ୟୁବରଣ ଘଟିଛି । ସେହିପରି ଏହି ସମୟ ମଧ୍ୟରେ ସଂକ୍ରମିତ ସଂଖ୍ୟା ୩୨ ହଜାର ଟିପିଛି । ଶନିବାର ସୁଦ୍ଧା ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୩୯୨ରେ ପହଞ୍ଚିଛି । ଅପକ୍ଷପକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଛୁଇଁଛି । ଗୋଟିଏ ଦିନରେ ଏହି ଭାଇରସ ରେକର୍ଡ ସଂଖ୍ୟା ପାର କରିଛି । ଏବେ ଆମେରିକାରେ ମୃୁତ୍ୟ ସଂଖ୍ୟା ୭ ହଜାର ପାର କରିଛି । ସେହିତ ନ୍ୟୁୟର୍କରେ ୩ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିସାରିଲେଣି ।

ଆମେରିକାର ଅବସ୍ଥା ଦେଖି ଟ୍ରମ୍ପ ଏବେ ବ୍ୟସ୍ତ ହୋଇପଡିଛନ୍ତି । ସମଗ୍ର ଦେଶରେ ୨ ଲକ୍ଷ ୭୬ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ସେନାର ଦାୟିତ୍ୱ ବଢାଇଦେଇଛନ୍ତି ଟ୍ରମ୍ପ । ଯୁଦ୍ଧଭିତ୍ତିକ ସ୍ଥିତିରେ ଲଢିବା ପାଇଁ ଟ୍ରମ୍ପ ଏବେ ପ୍ରସ୍ତୁତ ନାହାନ୍ତି । ସାମ୍ନାରେ ଏକ ଅଦୃଶ୍ୟ ଶତ୍ରୁ ରହିଛି ବୋଲି ଟ୍ରମ୍ପ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.