ସଟଡାଉନରେ ଘରେ ରୁହନ୍ତୁ ନଚେତ ଉଠାଇନେବ ପୋଲିସ, ଭୁବନେଶ୍ୱରରେ ଜଣେ ମହିଳାଙ୍କ ସମେତ ୬୩ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ

ଭୁବନେଶ୍ୱର (କେନ୍ୟୁଜ) : ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର ଭାଇରସରେ ଓଡ଼ିଶାର ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କରୋନାରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି।

ସରକାର ରାଜ୍ୟବାସୀଙ୍କୁ ଅନୁରୋଧ ସହ ଆହ୍ୱାନ ଦେଇଥିଲେ ଯେ କରୋନା ଲକ୍ଷଣ ଦେଖାଦେଲେ ସେମାନେ କ୍ୱାରେଣ୍ଟାଇନରେ ରୁହନ୍ତୁ ଏବଂ ଘରେ ଥିଲେ ସଙ୍ଗରୋଧ ରୁହନ୍ତୁ । ଏହାସହ ଗତକାଲି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର, ଭଦ୍ରକ ଓ କଟକରେ ୪୮ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନକୁ ମାନି ସମସ୍ତେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଥିଲେ । କିନ୍ତୁ ଏହି କର୍ଫ୍ୟୁ ନିୟମକୁ ନମାନି ୬୩ ଜଣ ବାହାରେ ବୁଲୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ସୂଚନା ମିଳିଛି । ନିୟମ ନମାନି ବାହାରେ ବୁଲୁଥିବାରୁ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.