Below header

କାର ଦୁର୍ଘଟଣାରେ ଏଫ୍‌ ୪ ଚାଳକ ଡିଲାନୋ ଭାଣ୍ଟ ହଫଙ୍କ ମୃତ୍ୟୁ, ଦୁର୍ଘଟଣା ବେଳର ଭିଡିଓ ଭାଇରଲ

ଚାଲିଗଲା୧୮ ବର୍ଷୀୟ ଡଚ୍‌ ଏଫ୍୪ ଚାଳକ ଡିଲାନୋ ଭାଣ୍ଟ ହଫଙ୍କ ଜୀବନ । ବେଲଜିଆନ୍ ଗ୍ରାଁ ପ୍ରି ସର୍କିଟରେ ଚାଲିଥିବା ରେସରେ ବର୍ଷା ଯୋଗୁଁ କମ୍‌ ଦୃଶ୍ୟମାନ ଥିଲା ରାସ୍ତା । ଫଳରେ ଦୁର୍ଘଟଣା ଘଟିଥିଲା ।

୧୮ ବର୍ଷୀୟ ଡଚ୍‌ ଏଫ୍୪ ଚାଳକ ଡିଲାନୋ ଭାଣ୍ଟ ହଫଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବେଲଜିୟମରେ ଚାଲିଥିବା ବେଲଜିଆନ୍ ଗ୍ରାଁ ପ୍ରି ସର୍କିଟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ରେସ୍ ସମୟରେ ଟ୍ରାକ୍ ଓଦା ରହିଥିବାରୁ ଚାଳକଙ୍କୁ ଖୁବ୍ କମ୍ ଦୃଶ୍ୟମାନ ହେଉଥିଲା। ଯେଉଁଥିପାଇଁ ଦ୍ବିତୀୟ ରେସରେ ଶେଷ ସମୟରେ ଏହି ଦୁର୍ଘଟଣା ହୋଇଥିଲା। ହଫ୍ ଟ୍ରାକ୍ ମଝିରେ ଧକ୍କା ହୋଇ ରହିଯିବା ପରେ ଆଦାମ ଫିଜ୍ଗେରାଲ୍ଡ ‘ଟି ସେପ୍’ରେ ଆସି ତାଙ୍କ ସହିତ ଧକ୍କା ହୋଇଥିଲେ। ଏମାନଙ୍କ ସହ ଜୋସୁଆ ଡଫେକ୍ ଓ ଏଞ୍ଜୋ ସ୍କିଓଣ୍ଟି ମଧ୍ୟ ଧକ୍କା ହୋଇଥିଲେ।

ଏହି ଘଟଣା ପରେ ତୁରନ୍ତ ରେସକୁ ବାତିଲ କରାଯାଇଥିଲା ଏବଂ ଉଭୟ ହଫ୍ ଓ ଫିଜ୍ଗେରାଲ୍ଡଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ନିଆଯାଇଥିଲା। ଅନ୍ୟ ଚାଳକମାନଙ୍କୁ ଟ୍ରାକ୍ ଉପରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ତେବେ ହସ୍ପିଟାଲରେ ହଫଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ପୂର୍ବରୁ ୨୦୧୯ ରେସରେ ଏଫ୍୨ ଚାଳକ ଆନ୍ଥୋନି ହୁବର୍ଟଙ୍କ ମୃତ୍ୟୁ ହୋଇଥିଲା ବେଳେ ଫର୍ମୁଲା ୧ ଚାଳକ ଲାଣ୍ଡୋ ନୋରିସ୍ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ହଫ୍ ଏଥିପୂର୍ବରୁ ୨୦୨୧ ସ୍ପାନିସ୍ ଏଫ୍୪ ଚାମ୍ପିଅନ୍ସିପ୍ ବିଜେତା ହୋଇଥିଲେ।

ହଫ୍‌ଙ୍କ ମୃତ୍ୟୁରେ ଏଫ ୧ର ସିଇଓ ଷ୍ଟେଫାନୋ ଡେମିନିକଲୀ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କୁ ସମବେଦନା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.