Below header

IPL ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଲେ ଧୋନି, ଖାସ୍‌ ଅନ୍ଦାଜରେ ସ୍ୱାଗତ କଲା CSK; ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌ କିପର ତଥା ଧୂଆଁଧାର ବ୍ୟାଟିଂ କରି ବିପକ୍ଷ ଦଳକୁ ଧୂଳି ଚଟାଇ ଦେଉଥିବା ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ୨୦୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଲାଗି ପ୍ରସ୍ତୁତି କରିବାକୁ ଚେନ୍ନାଇରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଧୋନିଙ୍କୁ ଜଣେ ହିରୋ ଭଳି ସ୍ୱାଗତ କରାଯାଇଥିଲା।

dhoni

ଚେନ୍ନାଇ ସୁପର କିଙ୍ଗ୍‌ର ଅଧିନାୟକ ଭାବେ ଧୋନିଙ୍କର ଏକ ବଡ଼ ଫ୍ୟାନ୍‌ ଫଲୋୟର୍ସ ଗ୍ରୁପ ରହିଛି। ତେବେ ଚେନ୍ନାଇରେ ପହଞ୍ଚିବା ପରେ CSK ପକ୍ଷରୁ ତାଙ୍କୁ ବିଶେଷ ଭାବେ ସ୍ୱାଗତ କରାଯାଇଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ:

ଭିଡିଓକୁ ଚେନ୍ନାଇ ସୁପର କିଙ୍ଗସ୍‌ର ଅଫିସିଆଲ ଟ୍ଵିଟର ପେଜ୍‌ରେ ସେୟାର କରାଯାଇଛି। ଭିଡିଓରେ କ୍ୟାପସନ୍‌ ଲେଖାଯାଇଛି ‘ପ୍ରଥମ ଦିନର ପ୍ରଥମ ଶୋ’ରେ ରୁମ ଟାଙ୍କୁୁରି ଉଠିବା ଦରକାର’। ଏହି ପୋଷ୍ଟରେ ଷ୍ଟାଟ ଓ୍ଵିଲ୍ସ ଓ ହୋମ୍‌ ସୁଇଟ୍‌ ଡେନ୍‌ଙ୍କୁ ମଧ୍ୟ ଟ୍ୟାଗ୍‌ କରାଯାଇଛି।

dhoni2

ଧୋନି ମାର୍ଚ୍ଚ ୨ରୁ ୪ ଭିତରେ ମ୍ୟାଚ୍‌ ଅଭ୍ୟାସ ଆରମ୍ଭ କରିବେ। ଏନେଇ ଗତ ସପ୍ତାହରେ ଚେନ୍ନାଇ ସୁପର କିଙ୍ଗସ୍‌ର ସିଇଓ କାଶୀ ବିଶ୍ୱନାଥନ୍‌ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସୁପର କିଙ୍ଗର ଟ୍ରେନିଂ କ୍ୟାମ୍ପ ମାର୍ଚ୍ଚ ୧୯ରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଚଳିତବର୍ଷ ଆଇପିଏଲ୍‌ର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.