ଗ୍ରାମୀଣ ବଜାରକୁ ଆସିଗଲା ଦେଶୀ ଫ୍ରିଜ୍‌, ଏବେ ଆଉ ସଢ଼ିବନି ଫଳ ଓ ପନିପରିବା, ଲମ୍ବା ସମୟ ଧରି ତାଜା ରହିପାରିବ ଟମାଟର!

ଛତିଶଗଡ଼ ସରକାର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଫଳ ଏବଂ ପନିପରିବାକୁ ଲମ୍ବା ସମୟ ଧରି ସତେଜ ରଖିବା ଲକ୍ଷ୍ୟରେ ଏବେ ଦେଶୀ ଫ୍ରିଜ୍‌ ପ୍ରସ୍ତୁତ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି ଫ୍ରିଜ୍‌ ଚଲାଇବା ପାଇଁ କୌଣସି ବିଜୁଳି କିମ୍ବା ବ୍ୟାଟେରୀର ଆବଶ୍ୟକତା ପଡ଼େନାହିଁ। ଏହାକୁ ଇଟା ଏବଂ ବାଲିରେ ତିଆରି କରାଯାଇଥାଏ। IARI, Pusa ଦ୍ୱାରା ବିକଶିତ ହୋଇଥିବା ଏହି ଦେଶୀ ଫ୍ରିଜ୍‌କୁ ‘ଜିରୋ ଏନର୍ଜି କୁଲ୍‌ ଚାମ୍ବର’ ବୋଲି କୁହାଯାଉଛି। ବିଗତ ଦିନରେ ରାଷ୍ଟ୍ରୀୟ କୃଷି ମେଳାରେ ମଧ୍ୟ ଏହାକୁ ପ୍ରଦର୍ଶନ କରାଯାଇଥିଲା।

d33

ବଜାର ପଯ୍ୟର୍ନ୍ତ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଛି ଫଳ, ପନିପରିବା

ଉଦ୍ୟାନ ବିଭାଗ ଅଧିକାରୀମାନଙ୍କ କହିବା ହେଲା, କୃଷିଜାତ ଦ୍ରବ୍ୟର ଭଣ୍ଡାର ଘର ରକ୍ଷଣାବେକ୍ଷଣା ଅଭାବରୁ ଖରାପ ଅବସ୍ଥାରେ ଅଛି। ଯାହାଫଳରେ କୃଷକଙ୍କ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ଓ ପନିପରିବା ସବୁ ବଜାରରେ ପହଞ୍ଚିବା ପୂର୍ବରୁ ହିଁ ନଷ୍ଟ ହୋଇଯାଉଛି। ଏଥିଯୋଗୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି।
ଏଭଳି ସ୍ଥିତିରେ ଦେଶୀ ଫ୍ରିଜ୍‌ ଚାଷୀଙ୍କ ପାଇଁ ଲାଭଦାୟକ ହେବ। ଏହି କୁଲ୍‌ ଚାମ୍ବରରେ ଟମାଟର ୧୫ ଦିନ ପଯ୍ୟର୍ନ୍ତ ସତେଜ ରହିପାରିବ। କୃଷକମାନେ ଏହାର ଫାଇଦା ଉଠାଇ ନିଜ କୃଷିଜାତ ଦ୍ରବ୍ୟକୁ ଭଣ୍ଡାର ଘରେ ସାଇତି ରଖିପାରିବେ ଏବଂ କିଛିଦିନ ପରେ ସେଗୁଡ଼ିକୁ ବଜାରରେ ଉଚିତ ମୂଲ୍ୟରେ ମଧ୍ୟ ବିକ୍ରି କରିପାରିବେ।

ଦେଶୀ ଫ୍ରିଜ୍‌ରେ ଫଳ ଏବଂ ପନିପରିବା ଶୀଘ୍ର ପଚିଯାଏ ନାହିଁ ଏବଂ ଆଦ୍ରତା କେବେ କମେ ନାହିଁ, ଯେଉଁ କାରଣରୁ ଏହାର ତାଜାପଣ ଲମ୍ବା ସମୟ ଧରି ବଜାୟ ରହିଥାଏ। ଉଦ୍ୟାନ ବିଭାଗର ସହାୟକ ସଞ୍ଚାଳକ ମନୋଜ କୁମାର କହିଥିଲେ, ଖୁବ୍‌ଶୀଘ୍ର ଛତିଶଗଡ଼ର ସବୁ ମଣ୍ଡିରେ ଏଭଳି ଫ୍ରିଜ୍‌ ତିଆରି କରାଯିବ।

h1

କେମିତି ତିଆରି କରାଯାଉଛି ଦେଶୀ ଫ୍ରିଜ୍‌

ଏହି ଫ୍ରିଜ୍‌କୁ ତିଆରି କରିବା ପ୍ରଣାଳୀ ବହୁତ ସହଜ। ପ୍ରଥମେ ଇଟାର ୪ଟି ଆୟତ୍ତାକାର କାନ୍ଥ ସମାନ୍ତରାଳ ଭାବେ ତିଆରି କରିବାକୁ ହେବ। ଏହା ମଝିରେ ଥିବା ଖାଲି ସ୍ଥାନକୁ ବାଲିରେ ଭର୍ତ୍ତି କରାଯିବ। ଏହି ବାଲି ଉପରେ ଦିନକୁ ଦୁଇଥର ପାଣି ସିଞ୍ଚନ କରାଯିବ, ଯଦ୍ଦ୍ଵାରା ବାଲି ଓଦା ରହିଥିବ। ମଝି ଅଂଶରେ ଫଳ ଏବଂ ପନିପରିବା ରଖିବା ପାଇଁ ଚାମ୍ବର୍ସ ତିଆରି କରାଯିବ। ସୂଯ୍ୟର୍ଙ୍କ କିରଣ ସଂସ୍ପର୍ଶରେ ନ ଆସିବା ପାଇଁ ବାଉଁଶରେ ଛପର କରି ଚାମ୍ବର୍ସକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.