Below header

ହକି ବିଶ୍ୱ କପ୍‌ : ୫-୧ ବିଜୟ ସହ ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌ରେ, ପରାସ୍ତ ହୋଇ ବି କ୍ରସ୍‌ଓଭରରେ ଖେଳିବ ପାକିସ୍ତାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଲ୍‌ ‘ଡି’ରେ ସର୍ବାଧିକ ୯ ପଏଣ୍ଟ ହାସଲ କରି ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କଲା ନେଦରଲାଣ୍ଡସ ଦଳ । ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ ପୂର୍ବତନ ଚାମ୍ପିଅନ୍‌ ପାକସ୍ତାନକୁ ସହଜରେ ୫-୧ ଗୋଲ୍‌ରେ ପରାସ୍ତ କରିଛି ।

NETHERLANDS-2
ପାକିସ୍ତାନ ଏହି ମ୍ୟାଚ୍‌ ଜିତିଥିଲେ କିମ୍ବା ଡ୍ର ରଖିଥିଲେ କ୍ରସ୍‌ ଓଭର ରାଉଣ୍ଡରେ ପ୍ରବେଶ କରିଥାନ୍ତା । କିନ୍ତୁ ଗୋଲ୍‌ ବ୍ୟବଧାନ ଯଦି ୮ରୁ ଅଧିକ ହୋଇଥାନ୍ତା ତେବେ ପାକିସ୍ତାନକୁ ପଛରେ ପକାଇ ମାଲେସିଆ କ୍ରସଓଭରରେ ପହଞ୍ଚିଥାନ୍ତା । ପୁଲ୍‌ ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନାହିଁ । ତେବେ ମାଲେସିଆଠାରୁ ଏହା କମ୍‌ ଗୋଲ୍‌ ଖାଇଥିବା ଯୋଗୁଁ କ୍ରସ୍‌ଓଭର ପାଇଁ ଯୋଗ୍ୟତା ଅର୍ଜନ କରିଛି । ଅନ୍ୟ ପକ୍ଷରେ ମାଲେସିଆ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ।


ଏହି ପୁଲ୍‌ ‘ଡି’ର ଶେଷ ମ୍ୟାଚ୍‌ରେ ପ୍ରଥମ ଗୋଲ୍‌ କରିଥିଲା ନେଦରଲାଣ୍ଡସ୍‌ । ଥିଏରୀ ବ୍ରିଙ୍କମ୍ୟାନ୍‌ ସପ୍ତମ ମିନିଟ୍‌ରେ ଏହି ଗୋଲ୍‌ ସ୍କୋର କରିଥିଲେ । ତେବେ ୨ ମିନିଟ୍‌ ପରେ ଗୋଲ୍‌ ପରିଶୋଧ କରି ଦେଇଥିଲେ ପାକିସ୍ତାନର ଉମର ଭୁଟ୍ଟା । ପ୍ରଥମ କ୍ୱାର୍ଟର ଶେଷ ବେଳକୁ ଦୁଇ ଦଳ ୧-୧ ଗୋଲ୍‌ରେ ଥିଲେ । ପରେ ମ୍ୟାଚ୍‌ର ୨୭ ମିନିଟ୍‌ରେ ଭାଲେଣ୍ଟିନ୍‌ ଭେର୍ଗା ଗୋଲ୍‌ ଦେଇ ନେଦରଲାଣ୍ଡସକୁ ୨-୧ରେ ଆଗୁଆ କରାଇଥିଲେ । ବିରତି ବେଳକୁ ଏହି ସ୍ଥିତି ଥିଲା । ବିରତିର ଠିକ୍‌ ପରେ ପରେ ନେଦରଲାଣ୍ଡସ ପକ୍ଷରୁ ବବ୍‌ ଡି ଭୁଡ୍‌ ଆଉ ଗୋଟିଏ ଗୋଲ୍‌ ଦେଇ ବ୍ୟବଧାନକୁ ୩-୧ରେ ପହଞ୍ଚାଇଥିଲା । ପୁଣି ୪୭ ମିନିଟ୍‌ରେ ଲାର୍ସ ବାକ୍‌ଙ୍କ ଦେଇଥିଲେ ଚତୁର୍ଥ ଗୋଲ୍‌ । ଏହା ଭିତରେ ପାକିସ୍ତାନ କେତୋଟି ସୁଯୋଗର ହାତଛଡ଼ା କରିଥିଲା । ୫୯ତମ ମିନିଟ୍‌ରେ ମିଙ୍କ୍‌ ଭାନ୍‌ଡେର େଓ୍ଵର୍ଡେନ୍‌ ଦଳ ପକ୍ଷରୁ ପଞ୍ଚ ତଥା ଶେଷ ଗୋଲ୍‌ ଦେଇ ମୁଣ୍ଡି ମାରିଥିଲେ । ସେଭ୍‌ ଭାନ୍‌ ଆସ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.