ହକି ବିଶ୍ୱକପ୍‌ : ଭାରତ ପାଇଁ ଏବେ ଆରମ୍ଭ ହେବ ପ୍ରକୃତ ଲଢେଇ

ଭୁବନେଶ୍ବର : ଭାରତର ରିଏଲ ଟେଷ୍ଟ ଏବେ ଆରମ୍ଭ । କହିବାକୁ ଗଲେ, ଏବେଠାରୁ ବିଶ୍ୱକପ୍‌ ପାଇଁ ଦୌଡ଼ିବ ଭାରତ। ଗୋଟିଏ ଭୁଲ୍‌ ହେଲେ ରେସ୍‌ରୁ ବାଦ ପଡିବେ। ଡିସେମ୍ବର ୧୩ରେ ରହିଛି ଭାରତର କ୍ୱାର୍ଟର ଫାଇନାଲ । କାହା ସହିତ ମୁକାବିଲା ହେବ ତାହା ସ୍ପଷ୍ଟ ହୋଇ ନାହିଁ। ବିପକ୍ଷ ଦଳ କିଏ, ତାହା ଚୂଡ଼ାନ୍ତ ହେବା ପରେ ରଣନୀତି ପ୍ରସ୍ତୁତ କରିବ ଦଳ।

ଭାରତ ଗ୍ରୁପ୍‌ସିରେ ଟପ୍‌ କରିଛି। ବେଲଜିଅମ ସହ ପଏଣ୍ଟ ସମାନ ରହିଥିଲେ ମଧ୍ୟ ଗୋଲ ବ୍ୟବଧାନରେ ଆଗରେ ରହିଛି। ଦକ୍ଷିଣ ଆଫ୍ରିକାକୁ ୫-୦ ଓ କାନାଡାକୁ ୫-୧ ଗୋଲରେ ହରାଇଥିଲା ଭାରତ। ବେଲଜିୟମ ବିରୋଧରେ ୨-୨ରେ ମ୍ୟାଚ୍‌ ସମାନ ରହିଥିଲା। ବେଲଜିୟମ ବିରୋଧରେ ଦଳ ୨-୧ରେ ଲିଡ୍‌ରେ ଥିଲା, କିନ୍ତୁ ଶଷ କିଛି ସମୟ ଗୋଲ ଖାଇଥିଲା ଭାରତ। ଗ୍ରୁପ ପର୍ଯ୍ଯାୟରେ ଦଳର ଦୁର୍ବଳତାକୁ ତର୍ଜମା କରୁଛି ଭାରତୀୟ ଦଳ।

ବିଶ୍ୱକପ୍‌ରେ ୨୦୧୪ରେ ନବମ, ୨୦୧୦ରେ ଅଷ୍ଟମ, ୨୦୦୬ରେ ୧୧ ତମ ସ୍ଥାନରେ ଥିଲା ଭାରତ। ବହୁ ବର୍ଷ ପରେ ବିଶ୍ୱକପ୍‌ରେ ଭାରତ ପ୍ରଦର୍ଶନରେ ଉନ୍ନତି ଦେଖିବାକୁ ମିଳିଛି। ଏବେ ଟପ୍‌ ଏଇଟ୍‌ ଭିତରେ ନିଜ ସ୍ଥାନ ପକ୍କା ହୋଇଛି। ଏବେ ମିଶନ ସେମିଫାଇନାଲ। ୪୩ ବର୍ଷର ବିଫଳତାକୁ ପଛରେ ପକାଇ, ଆଗକୁ ବଢିବା ପାଇଁ ସୁଯୋଗ ଆସିଛି। କହିବାକୁ ଗଲେ, ଦଳ ପାଇଁ ପ୍ରକୃତ ବିଶ୍ୱକପ୍‌ ଡିସେମ୍ବର ୧୩ରୁ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.