Below header

ରଣଜୀ ମୁକାବିଲା : ପ୍ରଥମ ପାଳିରେ ଓଡ଼ିଶା ୮୯ ରନ୍‌ରେ ଆଗୁଆ

କଟକ (କେ ନ୍ୟୁଜ୍‌) : ତ୍ରିପୁରା ସହ ରଣଜୀ ମ୍ୟାଚ୍‌ରେ ୨୧୧ ରନ୍‌ କରି ଅଲ୍‌ଆଉଟ୍‌ ହେଲା ଓଡ଼ିଶା ଦଳ । କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ର ଆଜି ଦ୍ୱିତୀୟ ଦିବସରେ ତ୍ରିପୁରା ୮୯ ରନ୍‌ ପଛରେ ରହି ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି ।

BIPLAB
ବିପ୍ଳବ ସାମନ୍ତରାୟ : ୮୮

ଗତକାଲି ପ୍ରଥମ ଦିବସରେ ତ୍ରିପୁରାକୁ ମାତ୍ର ୧୨୨ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ୩ଟି ଓ୍ଵିକେଟ୍‌ ହରାଇ ୧୦୧ ରନ୍‌ କରିଥିଲା । ଆଜି ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଶୁଭ୍ରାଂଶୁ ସେନାପତି ୪୧ ଏବଂ ଅଧିନାୟକ ବିପ୍ଳବ ସାମନ୍ତରାୟ ୮୮ ରନ୍‌ କରି ଦଳକୁ ୨୧୧ ରନ୍‌ରେ ପହଞ୍ଚାଇଥିଲେ । ଶେଷ ଭାଗ ବ୍ୟାଟ୍ସମ୍ୟାନ୍‌ ପୂରା ଫ୍ଲପ୍‌ ମାରିଥିଲେ ।

ସ୍କୋର : ପ୍ରଥମ ଇନିଂସ୍‌-୧୨୨ । ଓଡ଼ିଶା ପ୍ରଥମ ଇନିଂସ୍‌-୨୧୧, ୫୯.୨ ଓଭର (ରାଜେଶ ଧୁପର ୩୧, ଶୁଭ୍ରାଂଶୁ ସେନାପତି ୪୧, ବିପ୍ଳବ ସାମନ୍ତରାୟ ୮୮ । ମଣି ଶଙ୍କର ୩/୩୭, ଅଭିଜିତ ସରକାର ୩/୩୩) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.