ବ୍ରହ୍ମପୁର : ରେଡିଏଟର ଫାଟି ୪ ଛାତ୍ର ଆହତ

ବ୍ରହ୍ମପୁର (କେନ୍ୟୁଜ୍): ରେଡିଏଟର ଫାଟି ୪ ଛାତ୍ର ଆହତ। ବ୍ରହ୍ମପୁର ଅରବିନ୍ଦନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍‌ ପିଲାମାନଙ୍କୁ ନେଇ ଯାଉଥିବାବେଳେ ରେଡିଏଟର ଫାଟିଯାଇଥିଲା। ଫଳରେ ଆଗରେ ବସିଥିବା ୪ଜଣ ଛାତ୍ର ଆହତ ହୋଇଛନ୍ତି। ରେଡିଏଟରରୁ ଗରମ ପାଣି ବାହାରି ଛାତ୍ରମାନଙ୍କ ଉପରେ ପଡିବାରୁ ଫୋଟକା ହୋଇଯାଇଛି। ସେମାନଙ୍କୁ ଚିକିତ୍ସା ପାଇଁ ବଡମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲ ଭ୍ୟାନରେ ୨୦ରୁ ଅଧିକ ଚାତ୍ରଛାତ୍ରୀ ଥିଲେ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.