ବିଶ୍ୱକପ ମ୍ୟାଚ୍ ବେଳେ ନମାଜ ପଢିଲେ ମହମ୍ମଦ ରିଜଓ୍ଵାନ, ଭିଡିଓ ଭାଇରଲ
ପାକିସ୍ତାନ ଏବଂ ନେଦରଲାଣ୍ଡ ବିଶ୍ୱକପ ମ୍ୟାଚ ସମୟରେ ନମାଜ ପଢିଲେ ମହମ୍ମହ ରିଜଓ୍ଵାନ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ମ୍ୟାଚକୁ ଜିତି ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି ।
ଦିନିକିଆ ବିଶ୍ୱକପ ଅଭିଯାନ ପାକିସ୍ତାନ ବିଜୟରୁ ଆରମ୍ଭ କରିଛି । ବିଶ୍ୱକପ ଦ୍ୱିତୀୟ ଦିନରେ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟ ଖେଳାଯାଇଥିବା ମ୍ୟାଚକୁ ପାକିସ୍ତାନ ୮୧ ରନରେ ଜିତିଛି । ଏହି ମ୍ୟାଚ ବେଳର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ମ୍ୟାଚ ସମରେ ପାକିସ୍ତାନ ଟିମର ଓ୍ଵିକେଟ କିପର ମହମ୍ମଦ ରିଜଓ୍ଵାନ ମ୍ୟାଚ ସମୟରେ ନମାଜ ପଢୁଥିବାର ନଜର ଆସିଛନ୍ତି ।
ମହମ୍ମଦ ରିଜଓ୍ଵାନ ପୂର୍ବରୁ ଅନେକ ମ୍ୟାଚ ସମୟରେ ନମାଜ ପଢୁଥିବା ଦେଖିବାକୁ ମିଳିଛନ୍ତି । ନେଦରଲାଣ୍ଡ ବିପକ୍ଷରେ ପାକିସ୍ତାନ ବ୍ୟାଟିଂ କରୁଥିବା ସମୟରେ ମୁସ୍କିଲ ସ୍ଥିତିରେ ଥିଲା । ଏହା ପରେ ମହମ୍ମଦ ରିଜଓ୍ଵାନ (୬୮) ଏବଂ ସାଉଦ ସକିଲ (୬୮) କରି ଟିମର ସ୍କୋରକୁ ଆଗେଇ ନେଇଥିଲେ । ମ୍ୟାଚର ଡ୍ରିଙ୍କସ ସମୟରେ ରିଜଓ୍ଵାନ ନମାଜ ପଢୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
Ma Sha Allah Mohammad Rizwan offered Namaz During the Drinks break🥺♥️.#WorldCup #WorldCup2023 #PAKvNED #MuhammadRizwan #BabarAzam #ShaheenShahAfridi #HarisRauf #PakistanCricketTeam pic.twitter.com/tGlT24Ks3I
— Muhammad zeeshan Ali 🇵🇰 (@Muhamma15874875) October 6, 2023
ଭିଡିଓରେ ଦେଖିବାକୁ ମିଳିଛି ପାକିସ୍ତାନର ଅନ୍ୟ ଖେଳାଳି ଡିଙ୍ଗସ ବ୍ରେକରେ ଆରାମ କରୁଥିବା ବେଳେ ରିଜଓ୍ଵାନ ନିଜ ପ୍ୟାଡ୍ ଏବଂ ଜୋତା କାଢି ନଓ୍ଵାଜ ପଢୁଛନ୍ତି । ପୂର୍ବରୁ ମହମ୍ମଦ ରିଜଓ୍ଵାନ ଅନେକ ସମୟରେ ନଓ୍ଵାଜ ପଢୁଥିବାର ଭିଡିଓ ଦେଖିବାକୁ ମିଳିଛି ।
ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭର ଖେଳିପାରିନଥିଲା । ଟିମ୍ ୪୯ ଓଭରରେ ୨୮୬ ରନ୍ କରି ଅଲଆଉଟ ହୋଇଯାଇଥିଲା । ଏହାପରେ ନେଦରଲାଣ୍ଡ ଟିମ୍ ଏହି ଲକ୍ଷ୍ୟକୁ ପିଛା କରି ୨୦୫ ରନ୍ କରି ୪୧ ଓଭରରେ ଅଲଆଉଟ ହୋଇଯାଇଥିଲା । ମହମ୍ମଦ ରିଜୱାନ ଏବଂ ସାଉଦ ସକିଲ ମଧ୍ୟରେ ୧୨୦ ରନ୍ର ମହତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। ସକିଲ ୫୨ ବଲ୍ ଖେଳି ୯ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୮ ରନ୍ କରିଥିଲେ। ମହମ୍ମଦ ରିଜୱାନ ୭୫ ବଲ୍ ଖେଳି ୬୮ ରନ୍ କରିଥିଲେ। ନୱାଜ ୪୩ ବଲ୍ ଖେଳି ୪ ଛକା ସହାୟତାରେ ୩୯ ରନ୍ ସଂଗ୍ରହ କରିଥିଲେ। ସଦାବ ୩୪ ବଲ୍ ଖେଳି ୨ଟି ଚୌକାରେ ୩୨ ରନ୍ କରିଥିଲେ। ହିସ ରେଫ ୧୬ ରନ୍ କରିଥିଲେ। ସାହିନ ଶାହ ଆଫ୍ରିଦି ଅପରାଜିତ ୧୩ ରନ୍ କରିଥିଲେ। ଫଳରେ ପାକିସ୍ତାନ ୨୮୬ ରନ୍ କରିବାରେ ସକ୍ଷମ ହୋଇଥିଲା। ନେଦରଲାଣ୍ଡସ୍ ପକ୍ଷରୁ ବାସ ଡି’ ଲିଡେ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ କୋଲିନ ଆକ୍ରେମାନ ୨ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।