ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୧
ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ଅପରାହ୍ ଣ ୧୨ଟା ୧୧ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି ।
ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ଅପରାହ୍ ଣ ୧୨ଟା ୧୧ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ଆଫଗାନିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ତିନି ଦିନ ତଳେ ଆଫଗାନିସ୍ତାନରେ ୪.୭ ତୀବ୍ରତାର ଭୂକମ୍ପ ହୋଇଥିଲା । ଏଥିସହ ନେପାଳ ଓ ଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।