ବଢ଼ିପାରେ ବିଜୟ ଶଙ୍କରଙ୍କ ଅଡ଼ୁଆ: କଟକ ସବରେଜିଷ୍ଟ୍ରାର ଅଫିସରେ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିପାରେ ଅଡୁଆ । କଟକ ସବ ରେଜିଷ୍ଟର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଜଗତସିଂହପୁର (କେନ୍ୟୁଜ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢିଲା ଅଡୁଆ। କଟକ ସବରେଜିଷ୍ଟ୍ରାର ଅଫିସରେ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ । ଗତ ୨୧ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଅଫିସରେ ଆବେଦନ କରିଥିଲେ ବିଜୟ ଶଙ୍କର । ଏହାଉପରେ ପ୍ରତିବାଦ କରିଛନ୍ତି ସୋମାଲିକା । ଏନେଇ କଟକ ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ାଙ୍କୁ ସେ ଅଭିଯୋଗପତ୍ର ଦେଇଛନ୍ତି ।

ଗତ ୨୧ ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଅନ୍ୟପଟେ ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ‘କୋର୍ଟଙ୍କ ଦ୍ବାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି’ ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.