ସିକିମ୍ ଫ୍ଲାସ୍ ଫ୍ଲଡରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି, ୧୪୨ ଜଣ ନିଖୋଜ
ସିକିମ୍ ଫ୍ଲାସ ଫ୍ଲଡରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି । ନିଖୋଜଙ୍କ ସଂଖ୍ୟା ୧୪୨ । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ବନ୍ୟାରେ ୨୩ ଯବାନଙ୍କ ସମେତ ଶତାଧିକ ଲୋକ ନିଖୋଜ ହୋଇଯାଇଥିଲେ। ୩ ଦିନ ବିତିଯାଇଥିଲେ ବି ଯବାନଙ୍କ ସମେତ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି।

ନୂଆଦିଲ୍ଲୀ : ସିକିମ୍ ଫ୍ଲାସ ଫ୍ଲଡରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି । ନିଖୋଜଙ୍କ ସଂଖ୍ୟା ୧୪୨ । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଉଦ୍ଧାର ଅପରେସନରେ ବାଧା ଉପୁଜିଥିବାରୁ ସେନା ଟିମ୍ ବିଭିନ୍ନ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ବ୍ୟବହାର କରିଛନ୍ତି। ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀ ଜଳସ୍ତର ଅଚାନକ ବୃଦ୍ଧି ପାଇଥିଲା।
ବନ୍ୟାରେ ୨୩ ଯବାନଙ୍କ ସମେତ ଶତାଧିକ ଲୋକ ନିଖୋଜ ହୋଇଯାଇଥିଲେ। ୩ ଦିନ ବିତିଯାଇଥିଲେ ବି ଯବାନଙ୍କ ସମେତ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତାଘାଟ, ପୋଲ ଏବଂ ଟେଲିଫୋନ୍ ଖୁଣ୍ଟ ଗୁଡ଼ିକ ଭାଙ୍ଗିଯାଇଛି। ପ୍ରାୟ ୮ ହଜାର ଲୋକ ଅସ୍ଥାୟୀ ରିଲିଫ୍ ଶିବିରରେ ରହିଛନ୍ତି। ବନ୍ୟା ଯୋଗୁଁ ରାଜ୍ୟରେ ୧୩ଟି ପୋଲ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି । ସିକିମକୁ ଭ୍ରମଣ କରିବାକୁ ଆସିଥିବା ପ୍ରାୟ ୩ ହଜାର ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ।