ସୂର୍ଯ୍ୟକିରଣ ଅଭାବରୁ ହୋଇପାରେ ଟାଇପ୍-୨ ଡାଇବେଟିସ୍
ସୂର୍ଯ୍ୟକିରଣ ଟାଇପ୍-୨ ଡାଇବେଟିସ୍ର ଚିକିତ୍ସା ଏବଂ ଏହାକୁ ରୋକିବାରେ ସାହାଯ୍ୟ କରିଥାଏ । ଏକ ନୂଆ ଗବେଷଣାରୁ ଜଣାପଡିଛି ଯେ ଯଦି ଆମେ ଦିନରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ପାଇନଥାଉ, ତେବେ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଅଧିକ ବଢିଯାଇଥାଏ । ତେଣୁ ଯେତେବେଳେ ବି ସମ୍ଭବ ସୂର୍ଯ୍ୟକିରଣରେ ବସିବାକୁ ଚେଷ୍ଟା କରନ୍ତୁ ।
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ଅଭାବରୁ ଟାଇପ୍-୨ ଡାଇବେଟିସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୂର୍ଯ୍ୟକିରଣ ଟାଇପ୍-୨ ଡାଇବେଟିସ୍ର ଚିକିତ୍ସା ଏବଂ ଏହାକୁ ରୋକିବାରେ ସାହାଯ୍ୟ କରିଥାଏ । ଏକ ଅନୁସନ୍ଧାନରେ କିଛି ଡାଇବେଟିସ୍ ରୋଗୀଙ୍କୁ ୨ଟି ସ୍ଥିତିରେ ରଖାଯାଇଥିଲା । ଯେଉଁଥିରେ କିଛି ରୋଗୀଙ୍କୁ ଏକ ପ୍ରାକୃତିକ ଆଲୋକ ଥିବା କୋଠରୀରେ ଏବଂ ଅନ୍ୟ କିଛି ଜଣଙ୍କୁ ଏକ କୃତିମ ଆଲୋକ ଥିବା କୋଠରୀରେ ରଖାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ପ୍ରାକୃତିକ ଆଲୋକରେ ଯେଉଁମାନେ ରହିଥିଲେ ସେମାନଙ୍କ ବ୍ଲଡ୍ ସୁଗାର ଅଧିକ ସମୟ ପର୍ଯ୍ୟନ୍ତ ସାମାନ୍ୟ ରହିଥିଲା । ଏହା ସୂଚାଏ ଯେ ସୂର୍ଯ୍ୟକିରଣ ଟାଇପ୍-୨ ଡାଇବେଟିସ୍ର ଚିକିତ୍ସା ଏବଂ ଏହାକୁ ରୋକିବାରେ ବହୁତ ସାହାଯ୍ୟ କରିଥାଏ ।
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଆମ ଶରୀର ପ୍ରକୃତିର ନିୟମ ଅନୁସାରେ ଚାଲିଥାଏ । କିନ୍ତୁ ଆଜିକାଲି ଆମେ ଘର ଭିତରେ ବଲବ୍ ଆଲୋକରେ ରହୁଛୁ । ଯାହା ଆମ ଶରୀର ପାଇଁ ଭଲ ନୁହେଁ । ସୂର୍ଯ୍ୟକିରଣ ତଥା ପ୍ରାକୃତିକ ଆଲୋକ ଆମ ଶରୀରକୁ ସୁସ୍ଥ ରଖିଥାଏ । ଏହା ସହିତ ଡାଇବେଟିସ୍ ପରି ରୋଗରୁ ମଧ୍ୟ ବଞ୍ଚାଇଥାଏ । ସୂର୍ଯ୍ୟକିରଣ ଭିଟାମିନ୍ D ର ମୁଖ୍ୟସ୍ରୋତ ହୋଇଥାଏ ଯାହା ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଆଧୁନିକ ଜୀବନଶୈଳୀରେ ସୂର୍ଯ୍ୟକିରଣର ସଂସ୍ପର୍ଶରେ କମ୍ ଆସିବା ଟାଇପ୍-୨ ଡାଇବେଟିସ୍ର ଏକ ମୁଖ୍ୟ କାରଣ ବୋଲି ଜଣାପଡିଛି ।
ସୂର୍ଯ୍ୟକିରଣ ଆମ ଶରୀରର ହରମୋନ୍କୁ ଠିକ ରଖିଥାଏ । କମ୍ ପ୍ରାକୃତିକ ଆଲୋକ ହେତୁ କମ୍ ଇନ୍ସୁଲିନ୍ ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ସୁଗାର ଲେବଲ୍ ବଢିଯାଏ । ଏକ ନୂଆ ଗବେଷଣାରୁ ଜଣାପଡିଛି ଯେ ଯଦି ଆମେ ଦିନରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ପାଇନଥାଉ, ତେବେ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଅଧିକ ବଢିଯାଇଥାଏ । ତେଣୁ ଯେତେବେଳେ ବି ସମ୍ଭବ ସୂର୍ଯ୍ୟକିରଣରେ ବସିବାକୁ ଚେଷ୍ଟା କରନ୍ତୁ । ଏହା ଡାଇବେଟିସ୍ରୁ ରକ୍ଷା କରିବ ।