Below header

ଆଉ ବିସିସିଆଇ ସ୍ପନସରସିପ ଦାୟିତ୍ୱରେ ରହିବନି PayTM, Mastercardକୁ ମିଳିଲା ନୂଆ ଦାୟିତ୍ୱ

ଟିମ ଇଣ୍ଡିଆର ସ୍ପନସରସିପ ଦାୟିତ୍ୱରେ PayTM ର ଆଉ ରହିବ ନାହିଁ । ବିସିସିଆଇ ଟାଇଟଲ ସ୍ପନସରର ଦାୟିତ୍ୱ ପେଟିଏମ ସ୍ଥାନରେ ମାଷ୍ଟରକାର୍ଡ଼ (Mastercard)କୁ ଦେଇଥିବା ଜଣାଯାଇଛି । ଅନେକ ପୂର୍ବରୁ ବିସିସିଆଇ ସହିତ ପେଟିଏମ ନିଜ ସମ୍ପର୍କ ଛିନ୍ନ କରିଥିବା ନେଇ ଜଣାଯାଇଛି । ଏବେ ଭାରତରେ ହେବାକୁ ଥିବା ସମସ୍ତ ଘରୋଇ ତଥା ଆନ୍ତର୍ଜାତିକ ମ୍ୟାଚ ଟାଇଟଲ ସ୍ପନସର ମାସ୍ଟରକାର୍ଡ଼କୁ ହିଁ ଦିଆଯିବ ।

ମିଳିଥିବା ସୂଚନା ମୁତାବକ, ପେଟିଏମ ବିସିସିଆଇ ନିକଟରେ ଏହି ଦାୟିତ୍ୱ ମାସ୍ଟରକାର୍ଡ଼କୁ ଦେବା ନେଇ ଅନୁରୋଧ କରିଥିଲା । ଆଉ ଏହି ଅନୁରୋଧକୁ ପରବର୍ତ୍ତୀ ସମୟରେ BCCI ପକ୍ଷରୁ ସ୍ୱୀକାର କରାଯାଇଥିଲା । ୨୦୧୯ ମସିହାରେ BCCI ପେଟିଏମ ସହିତ ଟାଇଟଲ ସ୍ପନସରସିପକୁ ଚାରି ବର୍ଷ ପାଇଁ ଆଗକୁ ବଢାଇବା ନେଇ ଏକ ଚୁକ୍ତି ସ୍ଵାକ୍ଷର କରିଥିଲା । ସେହି ସମୟରେ ପ୍ରତି ମ୍ୟାଚ ପାଇଁ ୩.୮୦ କୋଟି ଟଙ୍କାର ଡ଼ିଲ ସ୍ୱାକ୍ଷରିତ ହୋଇଥିଲା । ଏହା ପୂର୍ବରୁ ଏହି ରାଶି ୨ .୪ କୋଟି ଟଙ୍କା ଥିବାବେଳେ ୨୦୨୨ରେ PayTM ପକ୍ଷରୁ ଏହି ଡ଼ିଲକୁ ଖଣ୍ଡନ କରାଯାଇଥିଲା । ରିପୋର୍ଟ ମୁତାବକ ଜଣେ BCCI ଅଧିକାରୀ ନିଜ ବୟାନରେ କହିଛନ୍ତିକି, “ନିଜ ଅଧିକାର ଅନ୍ୟକୁ ହସ୍ତାନ୍ତର କରିବା ନେଇ PayTM ତରଫରୁ ଏକ ଅନୁରୋଧ ପଠାଇଥିଲା । ଅବଶ୍ୟ କୌଣସି ତୃତୀୟ ପକ୍ଷକୁ ଅଧିକାର ହସ୍ତାନ୍ତର କରିବା ନେଇ ନିୟମ ରହିଛି । ନୂଆ ସ୍ପନସର ସହିତ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ କରାଯିବ । ୨୦୧୩
ସୁଦ୍ଧା ଟାଇଟଲ ସ୍ପନସର ଭାବରେ ରହିବ ।

ବିସିସିଆଇ ସହିତ ଚୁକ୍ତି ଅଧାରୁ ଛାଡିବା ଖୁବ ସାଧାରଣ ହୋଇଗଲାଣି । ଏହା ପୂର୍ବରୁ OPPO ନିଜ ଭାରତୀୟ ଟିମ ଜର୍ସି ସ୍ପନସରସିପକୁ ଅଧାରୁ ଛାଡି ଦେଇଥିଲା । ଏହା ପରେ ଏହି ଦାୟିତ୍ୱ ରାଇଟ୍ସ ବାୟଯୁଜକୁ ଦିଆଯାଇଥିଲା । ଆଇପିଏଲରେ ବି Vivo ଅଧାରୁ ନିଜ ଦାୟିତ୍ବରୁ ହଟିଥିବା ବେଳେ ଏହା ଟାଟା ଗ୍ରୁପକୁ ହସ୍ତାନ୍ତର କରାଯାଇଥିଲା । ସୂଚନା ଦେବା ଉଚିତ ହେବକି ଆସନ୍ତା ସେପ୍ଟେମ୍ବର ମାସରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ବିରୋଧରେ ଘରୋଇ ସିରିଜ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.