ଡିଜେ ସାଉଣ୍ଡ୍‌ରେ ରାଗିଗଲା ଘୋଡ଼ା! ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

ଅଧିକାଂଶ ଭାରତୀୟ ବିବାହରେ ବରଯାତ୍ରୀ ମନା ଖୋଲା ଡ୍ୟାନ୍ସ କରି ଥାଆନ୍ତି। କିନ୍ତୁ ନିକଟରେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ବିବାହ ସମୟରେ ବରଯାତ୍ରୀମାନଙ୍କ ଡ୍ୟାନ୍ସ ଏକ ଦୁର୍ଘଟଣାରେ ବଦଳି ଯାଇଛି। ଘଟଣାରୁ ଜଣାପଡ଼ିଛି ଯେ ଜୋର୍‌ ଶବ୍ଦରେ ଡିଜେ ମ୍ୟୁଜିକ୍‌ ବାଜୁଥିବାରୁ ଏଥିରେ ବରଯାତ୍ରୀରେ ଆସିଥିବା ଘୋଡ଼ା ହଠାତ୍‌ ରାଗି ଯାଇଥିଲା, ଆଉ ସେଠାରେ ଉପସ୍ଥିତ ଲୋକଙ୍କୁ ଲାତ ମାରି ଗୋଡ଼ରେ କୁଦିବା ଆରମ୍ଭ କରି ଦେଇଥିଲା।

ଉତ୍ତର ପ୍ରଦେଶର ହମିରପୁରରେ ସୋମବାର ଏହି ଘଟଣା ଘଟିଛି। କୁହାଯାଉଛି ଯେ ବିବାହରେ ଲାଉଡ୍‌ ସ୍ପୀକର ବାଜିବା ଦ୍ୱାରା ଘୋଡ଼ା ସମ୍ଭବତଃ ରାଗି ଯାଇଥିଲା ଏବଂ ନିଜକୁ ନିୟନ୍ତ୍ରଣ କରି ପାରି ନ ଥିଲା, ଯାହା ଫଳରେ ସେ ପାଖାପାଖି ୬ ଜଣ ଲୋକଙ୍କୁ ଗୋଡ଼ରେ ଦଳି ଆହତ କରି ପକାଇଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖା ଯାଉଛି କି, ବରଯାତ୍ରୀ ଯାଉଥିବା ବେଳେ ‘ତେରେ ଇସ୍କ ମେଁ ନାଚେଙ୍ଗେ’ ଗୀତ ଲାଉଡ୍‌ ସ୍ପୀକରରେ ବାଜୁଛି। ଆଉ ଏହାର ତାଳେ ତଳେ ବାରଯାତ୍ରୀମାନେ ବହୁତ ଖୁସି ମଜାରେ ଡ୍ୟାନ୍ସ କରୁଛନ୍ତି। ଏହାର କିଛି ସମୟ ପରେ ଯେତେବେଳେ ଡିଜେ ଶବ୍ଦକୁ ସାମାନ୍ୟ ବଢ଼ାଇ ଦିଆଯାଉଛି, ତ ଘୋଡ଼ା ନିଜକୁ ସମ୍ଭାଳି ପାରୁ ନାହିଁ, ଯାହା ଫଳରେ ସେ ବରଯାତ୍ରୀମାନଙ୍କୁ ଲାତ ମାରିବା ଆରମ୍ଭ କରି ଦେଉଛି।

ଘୋଡ଼ାଟି ରାଗି ଯାଇ ଭିଡ଼ ଭିତରେ ଏଣେ ତେଣେ ଦୌଡ଼ିବାକୁ ଲାଗୁଛି। ଏପରି କି, ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ବାଇକ୍‌କୁ ମଧ୍ୟ ଏହା ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଘଟଣାରେ ଆହତ ୬ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ କହିବା ହେଲା, ୟୁପିରେ ବିବାହ ସମୟରେ ଘୋଡ଼ା ଆଣି ଡ୍ୟାନ୍ସ କରିବା ଏକ ପୁରୁଣା ପରମ୍ପରା ରହି ଆସିଛି। ଘୋଡ଼ାର ମାଲିକ ଏମିତି କରିବାକୁ ଚେଷ୍ଟା କରୁଥିବା ବେଳେ ଘୋଡ଼ାଟି ହଠାତ୍‌ ନିୟନ୍ତ୍ରଣ ହରାଇ ବସିଥିଲା ଏବଂ ଲୋକ ଗହଳି ଭିତରେ ଦୌଡ଼ିବା ଆରମ୍ଭ କରିଥିଲା।

କ୍ରୋଧିତ ଘୋଡ଼ା ନିଜ ଆଗ ଗୋଡ଼ ଦୁଇଟିକୁ ଉଠାଇ ବରଯାତ୍ରୀଙ୍କୁ ଦଳି ପକାଇଥିଲା। ତେବେ ଘଟଣା ପରେ ଘୋଡ଼ାକୁ ବିବାହ ସମାରୋହ ଠୁ ଦୂରରେ ରଖାଯାଇ ବିବାହ ରୀତିନୀତି ସମ୍ପନ୍ନ କରାଯାଇଥିଲା। ଏହି ଘଟଣାର ଭିଡିଓକୁ ସେଠାରେ ଉପସ୍ଥିତ ଲୋକେ ରେକର୍ଡ କରି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.