ଗାଁ ଦାଣ୍ଡରେ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ମହିଳା, ଛାତ୍ରୀଙ୍କୁ କରିଥିଲେ ଅସଦାଚରଣ

ଚାନ୍ଦବାଲି(କେନ୍ୟୁଜ୍):  ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗାଁ ଦାଣ୍ଡରେ ଏକ  ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ମହିଳା। ଏମିତିକା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଂଶଡା ଥାନା ଗୁଆଁଳରେ। ଅଭିଯୋଗ ମୁତାବକ ଗତକାଲି ଭାବେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ପର୍ଶୁରାମ ବେହେରା ନାମକ ଜଣେ ଶିକ୍ଷକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ୨ ଜଣ ଛାତ୍ରୀଙ୍କୁ ଡାକି ଅସଦାଚରଣ କରିଥିଲେ।

ଛାତ୍ରୀ ଦ୍ବୟ ଏନେଇ ନିଜ ଅଭିଭାବକଙ୍କ ପାଖରେ କହିବା ପରେ ଆଜି ବିଚାର ହେବାର ଥିଲା। ହେଲେ ତାପୂର୍ବରୁ ଉକ୍ତ ଶିକ୍ଷକକୁ ଅଭିଭାବକମମାନେ ଡାକି ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.