Below header

ମଇଦାନକୁ ଫେରିବାକୁ ପ୍ରସ୍ତୁତ ରବିନ୍ଦ୍ର ଜାଡେଜା, ଜାଣନ୍ତୁ କେବେ ଠୁ ଖେଳିବେ ମ୍ୟାଚ୍‌

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ଆହତ ଯୋଗୁଁ ଦୀର୍ଘଦିନରୁ ଟିମରୁ ବାଦ୍‌ ପଡିଛନ୍ତି। କିନ୍ତୁ ଏବେ ଟିମକୁ ଫେରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛନ୍ତି ଜାଡେଜା । ଜାଡେଜା ନିକଟରେ ହେବାକୁ ଥିବା ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯାଇଛି। ଆଉ ଏହି ସିରିଜ ପାଇଁ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଜାଡେଜା ।

ସୌରାଷ୍ଟ୍ର ଏବଂ ତାମିଲନାଡୁ ମଧ୍ୟରେ ୨୪ ଜାନୁଆରୀରୁ ରଣଜୀ ମ୍ୟାଚ୍‌ ଖେଳାଯିବ। ଜାଡେଜା ଏହି ମୁକାବିଲାରେ ମଇଦାନକୁ ଫେରୁଛନ୍ତି। ଖବର ମୁତାବକ, ଏବେ ଜାଡେଜା ସଂପୂର୍ଣ୍ଣ ଫିଟ୍‌ ହୋଇଛନ୍ତି। ଏହା ପରେ ସେ ରଣଜୀ ଖେଳିବା ପରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ଫେରିପାରନ୍ତି ।

ଆସନ୍ତା ମାସ ୯ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚରେ ପ୍ଲେଇଂ ଇଲେଭେନର ଜାଡେଜାଙ୍କୁ ସ୍ଥାନ ମିଳିପାରେ ।

ରବିନ୍ଦ୍ର ଜାଡେଜା ଟିମ୍‌ ଇଣ୍ଡିଆ ପାଇଁ ହଂକଂ ବିପକ୍ଷରେ ଦୁବାଇରେ ମ୍ୟାଚ୍‌ ଖେଳିଥିଲା । ଏହା ପରେ ଲଗାତାର ସେ ଟିମରୁ ବାଦ୍‌ ପଡଉଛନ୍ତି। ଜାଡେଜା ଭାରତ ପାଇଁ ୬୦ଟି ଟେଷ୍ଟ ମ୍ୟାଚ୍‌ରେ ୨୫୨୩ ରନ୍‌ କରିସାରିଛନ୍ତି। ଏହା ସହିତ ୨୪୨ ଓ୍ଵିକେଟ ନେଇଛନ୍ତି। ୧୭୧ ଦିନିକିଆ ମ୍ୟାଚରେ ୨୪୪୭ ରନ୍‌ କରିସାରିଛନ୍ତି। ଏହାଛଡା ୧୮୯ ଓ୍ଵିକେଟ ମଧ୍ୟ ନେଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ଆର ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମ. ସିରାଜ, ଉମେଶ ଯାଦବ, ଜୟଦେବ ଉନ୍ନାଦକଟ, ସୂର୍ଯ୍ୟକୁମାର ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.