Below header

ପାକିସ୍ତାନ ବିରୋଧରେ ଆଜି ସଚିନ ଖେଳିଥିଲେ ଶେଷ ଦିନିକିଆ, ଦେଖିବାକୁ ମିଳିଥିଲା କୋହଲିଙ୍କ ବିରାଟ ରୂପ

୧୮ ମାର୍ଚ୍ଚ ଅର୍ଥାତ୍‌ ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଜିକୁ ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୨ ମାର୍ଚ୍ଚ ୧୮ ତାରିଖରେ କ୍ୟାରିୟର ଶେଷ ଥର ପାଇଁ କ୍ରିକେଟ ଖେଳିଥିଲେ। ୨୦୧୨ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଶେରେ ବାଂଲା ଜାତୀୟ ଷ୍ଟାଡିୟମରେ ତେନ୍ଦୁଲକର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ନିଜ କ୍ୟାରିୟରର ଶେଷ ଦିନିକିଆରେ ସେ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୩୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ବିଜୟୀ ହୋଇଥିଲା।

sachin 1

 

କିନ୍ତୁ ଏହିଦିନ ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍‌ରେ ବିରାଟ କୋହଲି ୧୮୩ ରନ୍‌ କରିଥିଲେ, ଯାହାକି ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ସ୍କୋର। କ୍ୟାରିୟରରେ ୪୬୩ ଦିନିକିଆ ମ୍ୟାଚ୍‌ ଖେଳିଥିବା ସଚିନ ୪୯ ଶତକ ଓ ୯୬ ଅର୍ଦ୍ଧଶତକ କରିଥିଲେ। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଦିନିକିଆରେ ଦ୍ୱିଶତକ ଅର୍ଜନ କରିଥିଲେ। ତେବେ ସଚିନ ୨୦୧୩ ନଭେମ୍ବର ୬ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.